ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଓ ଗାଇଡସ୍ ଦ୍ୱାରା “ଜଳସେବା ଶିବିର”

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ପ୍ରତିବର୍ଷ ଓଡିଶା ରାଜ୍ୟ ସ୍କାଉଟସ୍ ଗାଇଡସ୍ ସଂଗଠନ ଆନୁକୂଲ୍ୟରେ ଗ୍ରୀଷ୍ମତାପରୁ ପଥଚାରୀମାନଙ୍କୁ ତୃଷ୍ଣା ନିବାରଣ ପାଇଁ ଜଳସେବା କେନ୍ଦ୍ର ଆୟୋଜିତ ହୋଇଥାଏ । ଚଳିତ ବର୍ଷ ରାଜ୍ୟ ମୁଖ୍ୟ କମିଶନର ଡଃ. କାଳିପ୍ରସାଦ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ତା୦୧.୦୪.୨୦୨୧ରିଖ ଠାରୁ ମୁଖ୍ୟାଳୟର ମୁଖ୍ୟ ଫାଟକ ଏବଂ ଭୁବନେଶ୍ୱରର କେତେକ ସ୍କୁଲ ନିକଟରେ ଜଳସେବା କେନ୍ଦ୍ର ଖୋଲାଯାଇ ଦହି ଲେମ୍ବୁ ସର୍ବତ୍ର ବଂଟନ କରାଯାଇଛି । ଏହି ଅବସରରେ ରାଜ୍ୟ ମୁଖ୍ୟ କମିଶନର, ରାଜ୍ୟ କୋଷାଧ୍ୟକ୍ଷ ଏବଂ ରାଜ୍ୟ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମ ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ