ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ସାମ୍ବାଦିକତା ପ୍ରଥମ ବର୍ଷର ଛାତ୍ରଙ୍କ ବନ୍ଧୁ ମିଳନ

ଖୋର୍ଦ୍ଧା : ମା ବରୁଣେଇଙ୍କ ମନ୍ଦିର ପ୍ରାଙ୍ଗଣରେ ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ, ପ୍ରାଣନାଥ ମହାବିଦ୍ୟାଳୟ, ଖୋର୍ଦ୍ଧା ଅଧ୍ୟୟନ କେନ୍ଦ୍ରର ସାମ୍ବାଦିକତା ପ୍ରଥମ ବର୍ଷ ଛାତ୍ର ମାନଙ୍କର ବନ୍ଧୁ ମିଳନ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରମାନଙ୍କ ସମେତ ଅଧ୍ୟାପକ ମାନେ ଯୋଗଦେଇଥିଲେ । ଅବସରରେ ଅଧ୍ୟୟନ କେନ୍ଦ୍ରର ନିର୍ଦ୍ଦେଶକ ଶରତ କୁମାର ଦୋରାଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆୟୋଜିତ ହୋଇଥିଲା । ଆଜିର ସମାଜରେ ସାମ୍ବାଦିକ ମାନଙ୍କ ଭୂମିକା ବିଷୟରେ ଶ୍ରୀଯୁକ୍ତ ଦୋରା ଛାତ୍ରଙ୍କୁ ସୂଚନା ଦେଇଥିଲେ । ଅଧ୍ୟାପକ ସଉମେନ୍ଦ୍ର ବଳିଆରସିଂ ସମ୍ବାଦପତ୍ରର ଉପାଦେୟତା ସହିତ ସାମ୍ବାଦିକ ମାନଙ୍କୁ କିପରି ଭାବରେ କାର୍ଯ୍ୟ କରିବାକୁ ପଡିଥାଏ ସେହିବିଷୟରେ ଆଲୋକପାତ କରାଇଥିଲେ । ଅଧ୍ୟାପକ ସୁଧାଂଶୁ ଦିଗଲ ସାମାଜିକ ଗଣମାଧ୍ୟମ ଗୁଡିକ ବିଷୟରେ ବର୍ଣ୍ଣନା କରିବା ସହିତ ଉପାଦେୟତା ବିଷୟରେ ଜଣାଇଥିଲେ । ଏହି ପରିପ୍ରେକ୍ଷୀରେ ଆଗାମୀ ଦିନରେ ଏକ ମୁଖପତ୍ର ପ୍ରକାଶ କରିବାକୁ ସଙ୍କଳ୍ପ ନିଆ ଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ସାମ୍ବାଦିକତା ପ୍ରଥମ ବର୍ଷର ଛାତ୍ର ଝଜ ସାମନ୍ତରାୟ, ସୁନିଲ କୁମାର ସାହୁ, ପବିତ୍ର କୁମାର ବେହେରା, ସୃତି ଶୋଭନ ରାଉତ, ସତ୍ୟପ୍ରକାଶ ସାହୁ, ରବିନ୍ଦ୍ର କୁମାର ସାହୁ, ଅବ୍ୟକ୍ତ ହରିହରି ଖାଡେଙ୍ଗା ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ