ଓଡିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତି ତରଫରୁ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତିର ଏକ ବୈଠକ ପ୍ରତାପ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିିତିର ବାରମ୍ବାର ଦାବି ସତ୍ତ୍ୱେ ବିଳମ୍ବରେ ହେଲେ ସୁଦ୍ଧା ସରକାର ୧୧ ପ୍ରତିଶତ ମହଙ୍ଗା ଭତ୍ତା କର୍ମଚାରୀ ଓ ଶିକ୍ଷକମାନଙ୍କୁ ଅକ୍ଟୋବର ମାସ ଦରମାରେ ପ୍ରଦାନ କରିବାକୁ ଆଦେଶନାମା କରିଥିବାରୁ ସଂଘର ସଭାପତି ଶ୍ରୀ ଲିଙ୍ଗରାଜ ମହାନ୍ତି, ସାଧାରଣ ସମ୍ପାଦକ ନରୋତ୍ତମ ପାର୍ଥସାରଥୀ, ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ନାୟକ, ଉପଦେଷ୍ଟା କ୍ଷେତ୍ରମୋହନ ଦାସ, ଅକ୍ଷୟ କୁମାର ମିଶ୍ର, ପ୍ରତାପ ଚନ୍ଦ୍ର ମିଶ୍ର ପ୍ରମୁଖ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେବା ସହିତ ସଂଶୋଧିତ ଘରଭଡ଼ା ଭତ୍ତା ଓ ବର୍ଦ୍ଧିତ ଦରମା ଗଚ୍ଛିତ ୫୦ ପ୍ରତିଶତ ତୁରନ୍ତ ଦେବା ପାଇଁ ଅନୁରୋଧ କରିଛନ୍ତି ବୋଲି କାର୍ଯ୍ୟାଳୟ ସମ୍ପାଦକ କାହ୍ନୁ ଚରଣ ମଲ୍ଲିକ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ