ଓଡିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତି ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଦଶ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ବିଭିନ୍ନ ଦାବି ନେଇ ଓଡିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତି ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଗୁରୁବାର ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି । ଠିକା କର୍ମଚାରୀଙ୍କ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସର୍ବନିମ୍ନ ମଜୁରୀ ପ୍ରଦାନ କରିବା, ଇପିଏଫ ଇସିଆଇ ରେ ସେମାନଙ୍କୁ ଅନ୍ତର୍ଭୁକ୍ତ କରିବା, ଏନପିଏସ କୁ ବନ୍ଦ କରି ପୁରୁଣା ପେନସନ ଲାଗୁ କରିବା, ୧୯୯୩ ମସିହା ପରଠାରୁ କାର୍ଯ୍ୟରେ ଯୋଗ ଦେଇଥିବା ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ ନିଯୂକ୍ତି ପ୍ରଦାନ କରିବା ସମେତ ୧୦ ଦଫା ଦାବି ସମ୍ବଳିତ ଏକ ଲିଖିତ ଦାବିପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଡ଼ ପ୍ରମୋଦ କୁମାର ପୃଷ୍ଟିଙ୍କୁ ପ୍ରଦାନ କରାଯାଇଛି । ଏହି ଦାବି ପତ୍ର ପ୍ରଦାନ ବେଳେ ଜିଲ୍ଲା ସଭାପତି ପଦ୍ମ ଚରଣ ପାଢୀ, ସମ୍ପାଦକ ପ୍ରଦୀପ କୁମାର ସିଂ, ଭଗବାନ ମହାନ୍ତି, ପ୍ରଭାକର ପାଣିଗ୍ରାହୀ, ସନ୍ତୋଷ ସ୍ୱାମୀ, ଜ୍ଞାନେନ୍ଦ୍ର ମହାପାତ୍ର, ନରେନ୍ ବିଶୋୟୀ ଓ ନିରଞ୍ଜନ ରାଉତଙ୍କ ସମେତ ବହୁ ସଦସ୍ୟ ମାନେ ଉପସ୍ଥିତ ଥିଲେ ।


