ଓଡିଶା ରେ ଦୁଇ ଓଡିଆ କେନ୍ଦ୍ରମନ୍ତ୍ରୀ
ମୋଦି ଙ୍କ ମନ୍ତ୍ରୀମଣ୍ଡଳ ରେ ଦୁଇ ଓଡିଆ ଧର୍ମେନ୍ଦ୍ର ଓ ପ୍ରତାପ ସାମିଲ ହେବା ପରେ ଓଡିଶା ଆସିଛନ୍ତି ଉଭୟ ନେତା ଙ୍କୁ ବିଜୁପଟ୍ଟନାୟକ ବିମାନ ବନ୍ଦରରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏ ସମ୍ବର୍ଦ୍ଧନା ଉତ୍ସର୍ବ ରେ ବିଜେପିର ନବ ନିର୍ବାଚିତ ବିଧାୟକ ମାନେ ଉପସ୍ଥିତ ଥିଲେ । ବିମାନ ବନ୍ଦରରୁ ଉଭୟ ନେତା ଶ୍ରୀ କ୍ଷେତ୍ର ଅଭିମୁଖେ ଯାତ୍ରା କରିଛନ୍ତି । ସେଠାରେ ଉଭୟ ମନ୍ତ୍ରୀ ମହା ପ୍ରଭୁ ଜଗନ୍ନାଥ ଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା କରିବେ । ଏହା ପରେ ଅପରାହ୍ନ ରେ ଭୁବନେଶ୍ୱର ପ୍ରଦର୍ଶନି ପଡିଆ ରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବ ରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସୂଚନା ଥାଉ କି କେନ୍ଦ୍ରମନ୍ତ୍ରୀ ମଣ୍ଡଳ ରେ ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲିୟମ ,ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଲଘୁମଧ୍ୟମ ,ମତ୍ସ୍ୟ,ପ୍ରାଣୀ ସମ୍ପଦ ରଷ୍ଟ୍ରମନ୍ତ୍ରୀ ଭାବେ ନୂଆ କାର୍ଯ୍ୟ ଭଆର ନେଇଛନ୍ତି ।