ଓଡିଶା ରେ ବଲିଉଡ୍‌ ଅଭିନେତା ସୁନିଲ ସେଠୀ

ବିଜେଡି ପ୍ରଚାର ମଇଦାନରେ ବଲିଉଡ୍‌ ଷ୍ଟାର । ଝାରସୁଗୁଡ଼ାରେ ସୁନୀଲ ସେଟ୍ଟୀ ଓ ମହିମା ଚୌଧୁରୀଙ୍କ ପ୍ରଚାର । ବରଗଡ଼ ବିଜେଡି ସାଂସଦ ପ୍ରାର୍ଥୀ ପ୍ରସନ୍ନ ଆଚାର‌୍ୟ୍ୟ ଓ ଝାରସୁଗୁଡ଼ା ବିଜେଡି ବିଧାୟକ ପ୍ରାର୍ଥୀ ନବ ଦାସଙ୍କ ପାଇଁ ଭୋଟ୍‌ ମାଗିଲେ ଦୁଇ ବଲିଉଡ୍‌ ଷ୍ଟାର । ଆସନ୍ତା ୧୮ ତାରିଖରେ ଏହି ନିର୍ବାଚନମଣ୍ଡଳୀରେ ଭୋଟ୍‌ ହେବ । ବିଜେଡିକୁ ଅଧିକ ମାତ୍ରାରେ ଭୋଟ୍‌ ଦେଇ ବିଜୟ କରିବା ପାଇଁ ସୁନୀଲ ସେଟ୍ଟୀ ଓ ମହିମା ଚୌଧୁରୀ ଲୋକଙ୍କୁ ଅପିଲ କରିଥିଲେ । ଦୁଇ ଷ୍ଟାରଙ୍କୁ ଦେଖିବା ପାଇଁ ଅନେକ ଲୋକେ ଏକାଠି ହୋଇଥିଲେ । ସଧାରଣ ସଭାପରେ ଦୁଇ କଳାକାର ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ