ଓଡିଶା ର ଡିଜିପି ଦାୟିତ୍ୱ ରେ ବିକେ ଶର୍ମା
ଅଗ୍ନିଶମ ଡିଜି ବିଜୟ କୁମାର ଶର୍ମାଙ୍କୁ ପୋଲିସ୍ ମହାନିର୍ଦ୍ଦେଶକ (ଡିଜିପି)ଦାୟିତ୍ୱ ଦିଆଯାଇଛି। ଡିଜିପି ଆର୍ପି ଶର୍ମାଙ୍କ ପତ୍ନୀଙ୍କର ଦେହାନ୍ତ ହୋଇଥିବାରୁ ସେ ଛୁଟିରେ ଅଛନ୍ତି। ତାଙ୍କ ଅନୁପସ୍ଥିତିରେ ବିକେ ଶର୍ମା ଅତିରିକ୍ତ ଡିଜିପି ଦାୟିତ୍ୱ ତୁଲାଇବେ। ନିର୍ବାଚନ କମିଶନଙ୍କ ଅନୁମୋଦନରେ ତାଙ୍କୁ ଏହି ଦାୟିତ୍ୱ ମିଳିଛି।ରାଜ୍ୟ ସରକାରଙ୍କ ପକ୍ଷରୁ ୩ ଜଣ ଡିଜି ପାହ୍ୟାର ଅଧିକାରୀଙ୍କ ନାମ ସୁପାରିଶ କରାଯାଇଥିଲା। ଶେଷରେ ବିକେ ଶର୍ମାଙ୍କୁ ଏହି ଦାୟିତ୍ୱ ମିଳିଛି।ଡିଜିପି ଆର୍ପି ଶର୍ମାଙ୍କ ପତ୍ନୀ ତୁଷାର ଶର୍ମାଙ୍କର ଦିଲ୍ଲୀର ଗଙ୍ଗରାମ ହସ୍ପିଟାଲରେ ରବିବାର ମୃତ୍ୟୁ ଘଟିଥିଲା। ସେ ଦୀର୍ଘ ଦିନରୁ ଅସୁସ୍ଥ ଥିଲେ।


