ଓଡିଶା ର ସୁନା ଝିଅ ଅନନ୍ୟା
ଓଡିଶା ର କଣ୍ଠଶିଳ୍ପୀ ଅନନ୍ୟା ଶ୍ରୀତମ ଇଣ୍ଡିଆନ ଆଇଡଲ ଜୁନିଅରର ବିଜେତା ହୋଇ ରାଜ୍ୟ ପାଇଁ ଗୌରବ ଆଣିଥିବା ପରେ ରାଜ୍ୟ ପାଇଁ ଆଉ ଏକ ଖୁସି ଖବର ଆଣିଛନ୍ତି । ଘରୋଇ ଚ୍ୟାନଲେରେ ପ୍ରସାରିତ ହେଉଥିବା ରାଇଜିଂ ଷ୍ଟାରର ଶ୍ରେଷ୍ଠ ୬ ଜଣଙ୍କ ମଧ୍ୟରୁ ଉତିନ୍ନ ହୋଇଛନ୍ତି ଅନନ୍ୟା । ଅନନ୍ୟାଙ୍କୁ ଓଡିଶାବାସୀ ଭୋଟ ଦେଇ ବିଜୟୀ କରିବାକୁ ଅନନ୍ୟା ଓ ତାଙ୍କ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି । ଅନନ୍ୟାଙ୍କୁ ଭୋଟ ଦେବା ପାଇଁ ଭୁଟ୍ ଆପ୍ ଡାଉନଲୋଡ କରି ସେ ଗାଇବା ଆରମ୍ଭ କରିବା ମାତ୍ରେ ଗ୍ରୀନ ସ୍ୱାଇପ୍ କରିବାକୁ ପଡିବ । ତେଣୁ ତାଙ୍କୁ ଭୋଟ ଦେଇ ଜାତୀୟ ସ୍ତରରେ ପୁଣି ବିଜୟୀ କରାଇବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଓଡିଶାର ଏହି ଉଦୀୟମାନ କଣ୍ଠଶିଳ୍ପୀ ।


