ଓଡିଶା ଲେଖିକା ସଂସଦ ଶାଖାର ବାର୍ଷିକ ଉତ୍ସବ
ବ୍ରହ୍ମପୁର ,(ମନୋଜ କୁମାର ସାହୁ): ରବିବାର ମଧ୍ୟାହ୍ନରେ ଉତ୍କଳ ଆଶ୍ରମ ସଭାଗୃହ ପରିସରରେ ଓଡିଶାର ଲେଖିକା ସଂସଦ ବ୍ରହ୍ମପୁର ଶାଖାର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଆବାହିକା ସ୍ୱର୍ଣ୍ଣପ୍ରଭା ପାଢୀ ଏହି ଉତ୍ସବରେ ସଭାପତିତ୍ୱ କରିଥିବା ବେଳେ ଲେଖିକା ସଂସଦ ଅଭିନେତ୍ରୀ ବିଣାପାଣି ମହାନ୍ତି ଉଦ୍ଘାଟନ କରିଥିଲେ ।ଏହି ବାର୍ଷିିକ ଉତ୍ସବରେ ମୁଖ୍ୟବକ୍ତା ଭାବେ ଓଡିଶା ଲେଖିକା ସଂସଦ ସମ୍ପାଦିକା ଡକ୍ଟର ଶକୁନ୍ତଳା ବଳିୟାର ସିଂ , ସମ୍ମାନୀତ ଅତିଥ ôଭାବେ ଗୋଲାପ ମଂଜରୀ କର ଖଲ୍ଲିକୋଟ ସ୍ୱଂୟ ଶାସିତ ବିଦ୍ୟାଳୟର ଅଧକ୍ଷା ଉତମା ଜେନା ଯୋଗଦେଇଥିଲେ । ଉପଦେଷ୍ଟା ଅମିୟବାଳା ପଟ୍ଟନାୟକ,ମଂଚାସୀନ ଥିଲେ । ଡକ୍ଟର ସୂଚନା ପାଢୀ ଓ ସବିତା ସାହୁ ଅତିଥି ମାନଙ୍କୁ ସ୍ୱାଗତ କରିଥିବା ବେଳେ କିରଣବାଳା ମିଶ୍ର ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ ।ଜୋସ୍ନାରାଣୀ ସ୍ୱାଇଁ, ଭାଗ୍ୟଲକ୍ଷ୍ମୀ ମହାରଣା , ବିନତୀ ପାତ୍ର, ସୁଧାଞ୍ଜଳି ମିଶ୍ର, ରଂଜିତା ଦାସ , ସୁନନ୍ଦା ପାଢୀ, ଓ ସୁଚେତା ପାଣିଗ୍ରାହି, ସ୍ୱାଗତ ସଂଗୀତ ଗାନ କରିଥିଲେ । ଆବାହିକା ସ୍ୱର୍ଣ୍ଣପ୍ରଭା ପାଢୀ, ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଡକ୍ଟର ବିଦ୍ୟୁତ୍ ପ୍ରଭା ସାହୁ , ଭାରତୀ କୁସୁମ ପାତ୍ର , ମାଧୁରୀ ଅଧିକାରୀ , ସବିତା ସାହୁ , ଅମିତା ମିଶ୍ର, ଓ ସ୍ୱର୍ଣ୍ଣମୟୀ ପାଢୀ ପ୍ରମୁଖ ଲେଖିକାର ପୃଥିବୀ ଶିର୍ଷକ ଭିତ୍ତି ପ୍ରବନ୍ଧ ପାଠ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସ୍ୱର୍ଣ୍ଣପ୍ରଭା ମିଶ୍ର, ସ୍ମତି ପଟ୍ଟନାୟକ, ବନ୍ଦନା ମହାପାତ୍ର ,ଅମିତା ମିଶ୍ର, ଦେବୀ ପ୍ରଭା ରଥ , ସୈାଦାମିନୀ ମିଶ୍ର, ସୁନନ୍ଦା ମହାପାତ୍ର, ନିହାରିକା ସାହୁ, ପୁଷ୍ପଲତା ମିଶ୍ର , ସରୋଜିନୀ ସାହୁ , ଅମିୟବାଳା ମୁନି , କ୍ଷଣପ୍ରଭା ଶତପଥୀ, ପ୍ରମିଳା ମହଲା , ପଦ୍ମିନୀ ମିଶ୍ର, ପ୍ରମୁଖ ସହଯୋଗ କରିଥିଲେ ।ଶେଷରେ ଲୋପା ସାମଲ ମଂଚ ପରିଚାଳନା କରିଥିବା ବେଳେ ପୁଷ୍ପାଞ୍ଜଳି ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।