ଓଡିଶା ଶିଳ୍ପୀ ମହାସଂଘର କର୍ମକର୍ତ୍ତା ଚୟନ
ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ପଞ୍ଚାୟତ ରଘୁନାଥପୁର ଠାରେ ଓଡିଶା ଶିଳ୍ପୀ ମହାସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାମ ଚନ୍ଦ୍ର ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସଭାପତି ଉଦୟନାଥ ମହାନ୍ତି, ଜିଲା ସଭାପତି ଆନନ୍ଦ ଚନ୍ଦ୍ର ନାୟକ, ଜିଲା ସଂଯୋଜକ ରଘୁନାଥ ସାହୁ, ଜିଲା ସମ୍ପାଦକ ତପନ ମହାରଣା, ଶିକ୍ଷାବିତ୍ ପ୍ରକାଶ ଚନ୍ଦ୍ର ସାହୁ ଯୋଗ ଦେଇ ଶିଳ୍ପୀ ମାନଙ୍କର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ପରେ ବ୍ଲକ ସ୍ତରୀୟ କର୍ମକର୍ତ୍ତା ଚୟନ ହୋଇଥିଲା । ସଭାପତି ଭାବେ ଯୁଧିଷ୍ଠିର ଜେନା, ସମ୍ପାଦକ ଭାବେ ଆନନ୍ଦ ଚନ୍ଦ୍ର ସ୍ୱାଇଁ, କୋଷାଧ୍ୟକ୍ଷ ଭାବେ ରଞ୍ଜିତା ପଣ୍ଡୁଆ, ସଭ୍ୟ ଭାବେ ରାମଚନ୍ଦ୍ର ତ୍ରିପାଠୀ, ଗୌରାଙ୍ଗ ମହାରଣା, ସୁଦର୍ଶନ ମିଶ୍ର, ଚକ୍ରଧର ରଣା, ଅସୀତ ପଣ୍ଡା, ଗୋପାଳ କୁଅଁର, ରମେଶ ଜେନା, ଗଣେଶ କୁଅଁର, ସନ୍ତୋଷ ଓଝାଙ୍କୁ ଚୟନ କରାଯାଇଥିଲା । ବୈଠକରେ ବିଭିନ୍ନ ପଞ୍ଚାୟତରୁ ବହୁ ଶିଳ୍ପୀ ଯୋଗ ଦେଇଥିଲେ ।


