ଓଡିଶା ସଙ୍ଗୀତ ନାଟକ ଏକାଡେମି ପୁରସ୍କାର ସହ ସମ୍ନାନିତ ହେଲେ ରାଧାଶ୍ୟାମ ସାହୁ ଶର୍ମା
ହିଞ୍ଜିଳିକାଟୁ,(ଶେଷଦେବ ସାହୁ) : ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଏକାଡେମୀ ପୁରସ୍କାର ହିଞ୍ଜିଳିକାଟୁର ବର୍ଷୀୟାନ ଦାସକାଠିଆ କଳାକାର ରାଧାଶ୍ୟାମ ସାହୁ ଶର୍ମାଙ୍କୁ ସୋମବାର ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ଠାରେ ପ୍ରଦାନ କରାଯାଇଛି। ପୁରସ୍କାର ବାବଦରେ ୨ଲକ୍ଷ ଟଙ୍କାର ଚେକ୍, ନାମଫଳକ, ମାନପତ୍ର ଓ ଉପଢ଼ୌକନ ଦେଇ ଭୁଵନେଶ୍ଵର ରବିନ୍ଦ୍ରମଣ୍ଡପରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଥୀବା ଓଡିଶା ସଙ୍ଗୀତ ନାଟକ ଏକାଡେମି ର ସମ୍ପାଦକ ପ୍ରଵୋଧ ରଥ ସୁଚନା ପ୍ରଦାନ କରିଛନ୍ତି । ସୋମବାର ସନ୍ଧ୍ୟାରେ ରବିନ୍ଦ୍ରମଣ୍ଡପଠାରେ ଆୟୋଜିତ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସମ୍ମାନ ପ୍ରଦାନ ସମାରୋହରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ ସମ୍ମାନିତ ଅତିଥି ଭାବେ ଶକ୍ତି, ଶିଳ୍ପ, ଏମ୍ଏସ୍ଏମ୍ଇ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ ଏହି ସମ୍ମାନ ପ୍ରଦାନ କରିଥିଲେ ଏହି ଅବସରରେ ସୋମବାର ଅପରାହ୍ନ ୪ଘଣ୍ଟ ୩୦ ମି ସମୟରେ ରବିନ୍ଦ୍ର ମଣ୍ଡପ ଠାରେ ହିଞ୍ଜିଳିକାଟୁ ବ୍ଳକଖଣ୍ଡରା ଗ୍ରାମର ରାଧାଶ୍ୟାସ ସାହୁ ଶର୍ମା ସମ୍ମାନୀତ ହୋଇଛନ୍ତି। ହିଞ୍ଜିଳିକାଟୁ ଖଣ୍ଡରା ଗ୍ରାମର ସାହୁ ପରିବାରର ଦାସକାଠି ଲୋକସଙ୍ଗୀତ ଓ ନୃତ୍ୟର ପ୍ରସିଦ୍ଧି ଅନନ୍ୟ।ସ୍ଵର୍ଗତ ଗୁରୁ କୃଷ୍ଟଚନ୍ଦ୍ର ସାହୁ ପଚଂମା ମନ୍ଦିରରୁ ପ୍ରଭୁକୃପା ଲାଭକରି ଦାସକାଠି ଲୋକସଙ୍ଗୀତ ଓ ନୃତ୍ୟର ଆରମ୍ଭ କରିଥୁଲେ । ସେହି ପରିବାରର ସୁଯୋଗ୍ୟ ବଂଶଧର, ବର୍ଷୀୟାନ କଳାକାର ରାଧାଶ୍ୟାମ ସାହୁଶର୍ମାଙ୍କୁ ଲୋକ ସଙ୍ଗୀତ-୨୦୧୯ ବର୍ଷ ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଏକାଡେମୀ ପୁରସ୍କାର ପ୍ରଦାନ ପାଇଁ ଘୋଷଣା ହୋଇଛି। ଓଡ଼ିଶାର ଦାସକାଠି ଲୋକସଙ୍ଗୀତ ଓ ନୃତ୍ୟର ମହାନ୍ ଗୁରୁ ତଥା ଗାୟକରତ୍ନ କୃଷ୍ଣ ଚନ୍ଦ୍ର ସାହୁଙ୍କ ସେ ପୁତ୍ର ଅଟନ୍ତି। ୧୮!୧!୧୯୪୨ ମସିହାରେ ମାତା ସ୍ବୁଆ ସାହୁ ଙ୍କ ଗର୍ଭରୂ ଖଣ୍ଢରା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ମାତ୍ର ୧୨ ବର୍ଷ ବୟସରୁ ବାପାଙ୍କ ଠାରୁ ସେ ଦାସକାଠିଆ ଲୋକ ସଙ୍ଗୀତ ଓ ନୃତ୍ୟ ଶିକ୍ଷା କରିଥିଲେ। ଆକାଶବାଣୀ ଓ ଦୂରଦର୍ଶନର ସେ ଜଣେ ଜଣାଶୁଣା କଳାକାର ଅଟନ୍ତି। ସଂପ୍ରତି ସେ ହିଞ୍ଜିଳିକାଟୁ ପୌରାଞ୍ଚଳର ହିଞ୍ଜିଳି ରାଧାକୃଷ୍ଣ ମାର୍ଗ ର ବାସିନ୍ଦା ଅଟନ୍ତି।
ଶ୍ରୀ ସାହୁ ସୋମବାର ଭୁବନେଶ୍ୱରରେ ସମ୍ମାନୀତ ହୋଇ ହିଞ୍ଜିଳି କାଟୁ ଫେରିବା ପରେ ଏ ନେଇ ସେ ପୁର୍ବ ପୁରୁଷ ଙ୍କୁ ଶ୍ରେୟ ଦେଇଛନ୍ତି ଓ ଘରକୁ ଶୁଭେଛୁ ଙ୍କ ସୁଅ ଛୁଟିବା ସହ ଅଞ୍ଚଳରେ ଖୁସି ର ଲହର ଖେଳିଯାଇଛି ।