ଓଡିଶା ସରକାରଙ୍କ ଅନ୍ତରୀଣ ବଜେଟରେ କେଉଁ କ୍ଷେତ୍ରକୁ କେତେ ?
କାଳିଆ ଯୋଜନା ପାଇଁ ୪୪୬୧ କୋଟି, କୃଷି ଋଣ ସୁଧ ରିହାତି ପାଇଁ ୮୦୦ କୋଟି, ପିଠା ଯୋଜନାରେ ୪୦୦ କୋଟି, ବସୁଧା ଯୋଜନାରେ ୨୯୩୫ କୋଟି, ମଧୁବାବୁ ପେନସନ ଯୋଜନା ପାଇଁ ୨୧୨୦ କୋଟି, ଟଙ୍କିକିଆ ଚାଉଳ ଯୋଜନା ପାଇଁ ୧୦୨୮ କୋଟି, ମିଶନ ଶକ୍ତି ଯୋଜନା ପାଇଁ ୩୦୧ କୋଟି, ମମତା ଯୋଜନା ପାଇଁ ୩୦୫ କୋଟି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୮୬୪ କୋଟି, ଗୋପବନ୍ଧୁ ଗ୍ରାମୀଣ ଯୋଜନା ୫୦୦ କୋଟି, ବିଜୁ ଯୁବ ବାହିନୀ ଯୋଜନା ପାଇଁ ୧୦୫ କୋଟି, ପାର୍ବତୀ ଗିରି ବୃହତ ଉଠାଜଳସେଚନ ପାଇଁ ୧୭୭୭ କୋଟି, ଜଳକ୍ଷେତ୍ର ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟକ୍ରମ ପାଇଁ ୧୪୬୫ କୋଟି, ସଡକ ଉନ୍ନୟନ କାର୍ଯ୍ୟକ୍ରମ ପାଇଁ ୧୩୦୦ କୋଟି, ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀଙ୍କ ପାଇଁ ବୃତ୍ତି ଯୋଜନାରେ ୯୫୯ କୋଟି, ୩୩/୧୧ କେ.ଭି ସବ ଷ୍ଟେସନ ପାଇଁ ୫୩୩ କୋଟି, ବିଜୁ ସେତୁ ଯୋଜନା ପାଇଁ ୫୦୦ କୋଟି, ରେଳ ପ୍ରକଳ୍ପର ଉନ୍ନତିକରଣ ପାଇଁ ୪୧୦ କୋଟି, ଉନ୍ନତି ଯୋଜନାରେ ୪୦୧ କୋଟି, ଆଡିବନ୍ଧ ନିର୍ମାଣ ପାଇଁ ୩୫୭ କୋଟି, ମୁଖ୍ୟମନ୍ତ୍ରୀ ସଡକ ଯୋଜନା ପାଇଁ ୩୫୦ କୋଟି, ଓଡିଶା ଆଦର୍ଶ ବିଦ୍ୟାଳୟ ଯୋଜନା ପାଇଁ ୩୦୦ କୋଟି, ବିହନ ଓ ସାର ପାଇଁ କର୍ପସ ଫାଣ୍ଠି ନିମିତ୍ତ ଅର୍ଥ୨୬୦ କୋଟି, ଜଳକ୍ଲିଷ୍ଟ ଅଞ୍ଚଳରେ ଭୂତଳ ଜଳ ଉତ୍ତୋଳନ ପାଇଁ ୨୫୦ କୋଟି, ଅନୁସୂଚିତ ଜାତି ଓ ଜନଜାତିଙ୍କ ଛାତ୍ରବାସ ନିର୍ମାଣ ପାଇଁ ୨୨୭ କୋଟି, କେନାଲ ପ୍ରଣାଳୀର ସୁବ୍ୟବସ୍ଥିତ କାର୍ଯ୍ୟକ୍ରମ ୨୧୦ କୋଟି, ରାଜ୍ୟ ରାଜପଥ ଉନ୍ନୟନ ପ୍ରକଳ୍ପ ୨୦୦ କୋଟି,ରାଜ୍ୟ ରାଜଧାନୀ ଅଞ୍ଚଳରେ ବିଦ୍ୟୁତକରଣ ସୁବିଧା ପାଇଁ ୧୯୦ କୋଟି, ଇପିଆର ଅନ୍ତର୍ଗତ ପ୍ରୋତ୍ସାହନ ପାଇଁ ୧୮୮ କୋଟି ଟଙ୍କା ।