ଓଡିଶା ସୂଚନା ଅଧିକାର ଅଭିଯାନ ଜିଲ୍ଲା ଶାଖା ପକ୍ଷରୁ ପରୀ ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ଗିରଫ ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଓଡିଶା ସୂଚନା ଅଧିକାର ଅଭିଯାନ(ଓସା) କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ନୟାଗଡର ପରୀ ହତ୍ୟାକାଣ୍ଡରେ ସଂପୃକ୍ତ ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରାଯାଇ ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଭିଯାନ ପକ୍ଷରୁ ପରି ହତ୍ୟାକାଣ୍ଡରେ ସଂପୃକ୍ତ ହତ୍ୟାକାରୀକୁ ତୁରନ୍ତ ଗିରଫ,ମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର,ମୁଖ୍ୟମନ୍ତ୍ରୀଙ୍କ ଏସମ୍ପର୍କରେ ସ୍ପଟିକରଣ ଓ ପରିର ପରିବାର ଓ ସରପଂଚ ସୈାମ୍ୟରଞ୍ଜନଙ୍କୁ ସୁରକ୍ଷା ଦାବୀ କରାଯାଇ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଓଡିଶା ସୂଚନା ଅଧିକାର ଅଭିଯାନ ଜିଲ୍ଲା ଶାଖାର ଆବାହକ ପ୍ରକାଶ ଚନ୍ଦ୍ର ଦାସ, ଆଳୟ ସାମନ୍ତରାୟ, ଆଶିଷ ଖଟୁଆ, ସାଗର ଜେନା, ମନୋଜ ନାୟକ, ବାସନ୍ତୀ ମହାପାତ୍ର, ନରେଶ ସ୍ୱାଇଁ, ଅମିତାଭ ଚାନ୍ଦ, ରଶ୍ମିରଞ୍ଜନ ରାଉତରାୟ ପ୍ରମୁଖ ଏହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ