ଓଡିଶା ସୂଚନା ଅଧିକାର ଅଭିଯାନ
ପାରିବ ଏବଂ ଏହି ଖର୍ଚ୍ଚ କେବଳ ଉଚ୍ଚବର୍ଗର ସରକାରୀ କ୍ୱାର୍ଟର ପାଇର୍ କରାଯାଇ ପାରିବ । ଯେତେବେଳେ ବିଭିନ୍ନ ଉଦ୍ଦେଶ୍ୟ ପାଇଁ ଉଚ୍ଚ ପ୍ରକାରର କ୍ୱାର୍ଟର ପାଇଁ ଗାଇଡ଼ଲାଇନ ଅନୁଯାୟୀ କେବଳ ୩.୧୦ ଲକ୍ଷ ଖର୍ଚ୍ଚ ହୋଇପାରିବ, କିନ୍ତୁ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ୧.୧୬ କୋଟି ଟଙ୍କା ଖର୍ଚ୍ଚ କରିଛି ଯାହା ସୁପାରିଶ କରାଯାଇଥିବା ଖର୍ଚ୍ଚ ଠାରୁ ୩୮ଗୁଣ ଅଧିକ ଅଟେ । କେବଳ ବ୍ୟୟବହୁଳ ନୁହେଁ ବରଂ ବିଭିନ୍ନ ସୂକ୍ଷ୍ମ ଘରୋଇ ସାମଗ୍ରୀ ମଧ୍ୟ ଟେଣ୍ଡର ଡାକିବା ବଦଳରେ କେବଳ କୋଟେସନ ଅଣାଯାଇ ବିଲ୍ କରାଯାଇଛି । ଗାଇଡ଼ଲାଇନ ଅନୁଯାୟୀ, ସରକାରୀ କ୍ୱାର୍ଟରର ମରାମତି ଏବଂ ନବୀକରଣ ପାଇଁ ଆକଳନ କାର୍ଯ୍ୟକାରୀ କରିବା ପୂର୍ବର ଭଡ଼ା ଧାରକଙ୍କ ଠାରୁ ପ୍ରାପ୍ତ ଅନୁରୋଧ ଏବଂ ଭଡ଼ା ଧାରକମାନଙ୍କ ସହିତ ଆଲୋଚନା କରିବା ପରେ ଚୂଡ଼ାନ୍ତ ଆକଳନ ଅନୁମୋଦନ, ତା’ପରେ ଏହା ବୈଷୟିକ ଟିମ୍କୁ ଅନୁମୋଦିତ କରିବା ପାଇଁ ପଠାଯାଏ । କିନ୍ତୁ ଗାଇଡ଼ଲାଇନ ଅନୁଯାୟୀ, ଉଚ୍ଚ ଶ୍ରେଣୀର ସରକାରୀ କ୍ୱାର୍ଟର ନବୀକରଣ ପାଇଁ କେବଳ ୩.୧୦ ଲକ୍ଷ ଟଙ୍କା ବ୍ୟବହାର କରାଯାଇ ପାରିବ । ଯଦିଓ ସଠିକ୍ ଗାଇଡ଼ ଲାଇନ ଅଛି, ତେବେ ଲୋକାୟୁକ୍ତ ସଚିବ, ତାଙ୍କ ମାଲିକ ଚେୟାରମ୍ୟାନ, ଜଷ୍ଟିସ ଅଜିତ ସିଂଙ୍କୁ ସନ୍ତୁଷ୍ଟ କରିବା ପାଇଁ ତାଙ୍କ ଚାକିିରି ଓ ପଦର ଅପବ୍ୟବହାର କରି ଅନେକ ବେଆଇନ କାର୍ଯ୍ୟ କରିଛନ୍ତି ଓ ମନଇଚ୍ଛା ୪/୫ଗୁଣ ଅଧିକ ଦରରେ ସୌଖିନ ସାମଗ୍ରୀ କିଣିଛନ୍ତି । ତେଣୁ ଏସବୁ ତଥ୍ୟ ପାଇବା ପରେ ଆମେ ପ୍ରଥମେ ଅଜିତ ସିଂଙ୍କ ବିରୁଦ୍ଧରେ ଲୋକାୟୁକ୍ତରେ ଅଭିଯୋଗ କରିଥିଲୁ । ଲୋକାୟୁକ୍ତ ଏହାକୁ ଅଭିଯୋଗ ଭାବରେ ଗ୍ରହଣ ନକରି କେଶକୁ ଖାରଜ କରିଦେଲେ । ତାପରେ ଆମେ ପୁଣି ସମାନ ଅଭିଯୋଗକୁ ତାଙ୍କର ସଚିବଙ୍କୁ ପକ୍ଷ କରି ଲୋକାୟୁକ୍ତରେ ମାମଲା ଦାଖଲ କଲୁ । ପୁଣି ଏହି କେଶ ମଧ୍ୟ ଶୁଣାଣୀ ନକରି ଗତ ୨୯ ତାରିଖରେ ଚିଠି ମାଧ୍ୟମରେ କେଶ ଖାରଜ ହୋଇଛି ବୋଲି ଜଣାଇଛନ୍ତି । ଯେହେତୁ ଅଜିତ ସିଂଙ୍କର ସରକାରୀ କ୍ୱାର୍ଟର ନବୀକରଣ ଓ ମରାମତିରେ ଏକକୋଟିରୁ ଉର୍ଦ୍ଧ୍ୱ ଖର୍ଚ୍ଚ ହୋଇଛି, ଏଥିରେ ଅଜିତ ସିଂ ନିଜେ ଏବଂ ତାଙ୍କର ସଚିବ ସମ୍ପୃକ୍ତ ଅଛନ୍ତି, ସେଥିପାଇଁ ଅଜିତ ସିଂ ଚାପ ପକାଇ ଦୁଇଟି କେଶ୍କୁ ଖାରଜ କରି ଦେଇଛନ୍ତି । ଫଳରେ ଆମେ ଉଚ୍ଚ ନ୍ୟାୟାଳୟରେ ଆଶ୍ରୟ ନେବା ପାଇ ବାଧ୍ୟ ହେବୁ । ଏହାପୂର୍ବରୁ ଅଜିତ ସିଂ, ବରିଷ୍ଠ ପ୍ରଶାସକ ବିଷ୍ଣୁପଦ ସେଠି ହଡ଼ପ କରିଥିବା ୩.୨୭ ଲକ୍ଷ ଟଙ୍କା ଫେରାଇବା ପରେ ତାଙ୍କୁ କେଶ୍ ନକରି ଖସେଇ ଦେଇଥିଲେ । ଧର୍ମଶାଳାରେ ଶହ ଶହ କୋଟି ଟଙ୍କାର ଖଣିଜଦ୍ରବ୍ୟ ହଡ଼ପ କରିଥିବା ପୂର୍ବତନ ଶ୍ରୀମନ୍ଦିର ପ୍ରଶାସକ ରଞ୍ଜନ ଦାସ, ବିଧାୟକ ପ୍ରଣବ ବଳବନ୍ତରାୟ ଏବଂ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ବିରୋଧରେ ଶହ ଶହ କୋଟି ଟଙ୍କାର ଖଣିଜ ଚୋରି ପ୍ରମାଣପତ୍ର ଥିବା ବରେ ବି ତାଙ୍କୁ ଖସେଇ ଦେଇଥିଲେ । ତେଣୁ ମୋଟାମୋଟି ଅଜିତ ସିଂ ଦୁର୍ନୀତିଗ୍ରସ୍ତଙ୍କ ସୁରକ୍ଷାକାରୀ ଭାବରେ କାର୍ଯ୍ୟ କରୁଛନ୍ତି ଯେତେବେଳେ କି ସେ ଦୁର୍ନୀତିଗ୍ରସ୍ତ ଅଫିସର ଓ କର୍ମଚାରୀଙ୍କୁ ଦଣ୍ଡିତ କରିବା ପାଇଁ ପ୍ରତିମାସରେ ୩ ଲକ୍ଷ ଟଙ୍କା ନେଉଛନ୍ତି । ଏହାସହିତ ଗତ ୩ ବର୍ଷରେ ନିଜ ଚିକିତ୍ସା ବାବଦରେ ୨୪ ଲକ୍ଷ ଟଙ୍କା ସମରକାରଙ୍କ ଠାରୁ ନେଇଛନ୍ତି । ତେଣୁ ଅଜିତ ସିଂ ଜଣେ ଦୁର୍ନୀତିଗ୍ରସ୍ତ, ଅସାଧୁ ଏବଂ ସରକାରଙ୍କ ତୋଷାମଦିଆ ହୋଇ କାର୍ଯ୍ୟ କରୁଛନ୍ତି ଏବଂ ନିଜ ସରକାରୀ କ୍ୱାର୍ଟର ମରାମତି ପାଇଁ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ନେଇଛନ୍ତି । ସେଥିପାଇଁ ଏଭଳି ବେଆଇନ କାର୍ଯ୍ୟ ଓ ପଦବୀର ଦୁରୁପଯୋଗ ବିରୁଦ୍ଧରେ ତାଙ୍କୁ ହଟେଇବା ପାଇଁ ଆମେ ରାଜ୍ୟପାଳଙ୍କୁ ଦାବି ପତ୍ର ଦେଇଅଛୁ ।


