ଓଡିଶା ସେଲ୍ସ୍ ଏକଜିକ୍ୟୁଟିଭ୍ ଆସୋସିଏସନ୍ର ୨୩ ତମ ବାର୍ଷିକ ସମ୍ମିଳନୀ
ବ୍ରହ୍ମପୁର ,( ମନୋଜ କୁମାର ସାହୁ): ଓଡିଶା ସେଲ୍ସ ଏକଜ୍ୟୁକ୍ଟିଭ୍ ଆସୋସିଏସନ୍ ବ୍ରହ୍ମପୁର ଶାଖାର ୨୩ ତମ ବାର୍ଷିକ ସମ୍ମିଳନୀ ସହୀଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲ୍ଠାରେ ରବିବାର ରବିଶଙ୍କର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ବ୍ରହ୍ମପୁର ଠାରେ ଅବସ୍ଥିତ ବିଭିନ୍ନ ମେଡିସିନ୍ ସମେତ ଅନ୍ୟ ଶିଳ୍ପ ମାନଙ୍କରେ କାର୍ଯ୍ୟରତ ଥିବା ଶତାଧିକ୍ ଏକଜିକ୍ୟୁଟିଭ୍ ଅଂଶ ଗ୍ରହଣ କରିଥିଲେ । ମୁଖ୍ୟବକ୍ତା ଭାବେ ସଂଘର ପ୍ରାକ୍ତନ ରାଜ୍ୟ ସଭାପତି ଓ ସର୍ବଭାରତୀୟ ସଂଗଠନର ନେତା ପ୍ରଦୀପ କୁମାର ସିହ୍ନା ବିଭିନ୍ନ ସମସ୍ୟା ମେଡିସିନ୍ର ଦାମ କମାଇବା ,ଆଇନର ଶ୍ରମ ବିରୋଧି ସଂଶୋଧନର ତିବ୍ର ବିରୋଧ କରିଥିଲେ । ଯୋଗ ଦେଇଥିବା ବିଭିନ୍ନ ଏକଜିକ୍ୟୁଟିଭ୍ ମାନେ ନିଜର ସମସ୍ୟାର ଉପରେ ଅବଗତ କରିଥିଲେ । ଏଫ୍.ଡି.ଆଇ ଅନଲାଇନ ମାର୍କେଟିଂକୁ ବିରୋଧ କରିଥିଲେ ।ସଂଘର ରାଜ୍ୟ ସଂପାଦକ ଶ୍ରୀ ରାଣା ଚାଟାର୍ଜୀ ,ସମ୍ମାନୀତ ଅତିଥିଭାବେ ସଂଘର ଆଭିମୁଖ୍ୟ ଓ ସମସ୍ୟା ଉପରେ ଆଲୋଚନା କରିବା ସହ ସେଲ୍ସ ଏକଜିକ୍ୟୁଟିଭ୍ ମାନଙ୍କୁ ଏସ୍.ପି.ଇ ଆକ୍ଟରେ ଅନ୍ତଭୁକ୍ତ କରିବା ପାଇଁ ଦାବୀ କରିଥିଲେ । ସଂଘର ବରିଷ୍ଠ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ହରିଶ୍ ଚନ୍ଦ୍ର ବେଜ୍,ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ହିମାଶୁଂ ଓତା ,ଓ ବାବୁଲା ପାଢୀ ସମ୍ମିଳନୀର ସଫଳତା କାମନା କରିବା ସହ ନିଜର ବକ୍ତବ୍ୟ ପ୍ରତିପାଦିତ କରିଥିଲେ । ଓଏସଇଏ ବ୍ରହ୍ମପୁର ଶାଖା ସଂପାଦକ ପ୍ରଶାନ୍ତ କୁମାର ପରିଡା,ସଂପାଦକୀୟ ବିବରଣୀ ପାଠ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନାରାୟଣ ଗୈାଡ, ଶିବାନୀ ମହାପାତ୍ର, ଧର୍ମେନ୍ଦ୍ର ରାୟ ,ବିଦ୍ୟୁତ୍ ଆଚାର୍ଯ୍ୟ ,ପ୍ରମୋଦ ବେହେରା, ରାମ ପ୍ରସାଦ ପଟ୍ଟନାୟକ, ଜିତେନ୍ଦ୍ର ପାଢୀ, ରଂଜନ ପାଢୀ , ଏବଂ ଶତାଧିକ କର୍ମୀ ଯୋଗ ଦେଇଥିଲେ ।ବ୍ୟାଙ୍କ ବିମା , ବିଦ୍ୟୁତ୍ , ଜଳଯୋଗାଣ ଓ ମେଡିକାଲ ରିପ୍ରେଜେଣ୍ଟାଟିଭ୍ ମାନଙ୍କ ନେତୃବୃନ୍ଦ ଏହି ସମ୍ମିଳନୀରେ ଉଦବୋଧନ ଦେଇଥିଲେ ।