ଓଡିଶା ସ୍କାଉଟକୁ ଦେଶର ପ୍ରଥମ “ଶାନ୍ତିଦୂତ” ପୁରସ୍କାର ପ୍ରଦାନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ନୂଆଦିଲ୍ଲୀ ତରଫରୁ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ଓଡିଶା ରାଜ୍ୟ ମୁଖ୍ୟାଳୟ ଭୁବନେଶ୍ୱର ପରିସରରେ କରାଯାଇଛି । ଭାରତରେ ପ୍ରଥମଥର ପାଇଁ ଏ ପ୍ରକାର ପୁରସ୍କାର ବିତରଣ କରାଯାଉଛି । ଓଡିଶାର ରାଜ୍ୟ ସଂଗଠିକା ଶ୍ରୀମତୀ ଅନାମିକା ଦାସ ଆଗରୁ ଇଗ୍ଦସବ ଚବମସଲସମ ରୁ ଏ ସମ୍ମାନ ପାଇସାରିଥିଲେ । ଅପରାହ୍ନ ୩.୦୦ ଘଟିକା ସମୟରେ ମୁଖ୍ୟ ଅତିଥିଭାବେ ଜାତୀୟ ଉପସଭାପତି ତଥା ରାଜ୍ୟ ମୁଖ୍ୟକମିଶନର ଡଃ. କାଳିପ୍ରସାଦ ମିଶ୍ର, ସମ୍ମାନୀତ ଅତିଥି ଭାବରେ ଡଃ. ଅମରଜିତ୍ କୁମାର ଶର୍ମା, ଆଇ.ଏ.ଏସ୍., ରାଜ୍ୟ ମୁଖ୍ୟ କମିଶନର, ଭାରତ ସ୍କାଉଟସ୍ ଏବଂ ଗାଇଡସ୍, ହିମାଚଳ ପ୍ରଦେଶ, ଶ୍ରୀ ମଧୁସୁଦନ ଆଭାଲା, ଅତିରିକ୍ତ ଆନ୍ତର୍ଜାତୀୟ କମିଶନର (ସ୍କାଉଟସ୍), ଶ୍ରୀ ରାଜକୁମାର କୌଶିକ୍, ନିର୍ଦ୍ଦେଶକ, ଭାରତ ସ୍କାଉଟସ୍ ଏବଂ ଗାଇଡସ୍, ଶ୍ରୀ ଅମର ବି. ଛେତ୍ରୀ ଯୋଗଦେଇଥିଲେ । ଶାନ୍ତିଦୂତ ଭାବେ ସମାଜର କଲ୍ୟାଣ ଲାଗି ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ରାଜ୍ୟରୁ ଆସିଥିବା ସମ୍ମାନୀତ ଅତିଥିମାନଙ୍କୁ ପ୍ରମାଣପତ୍ର ଏବଂ ଫଳକ ଆୱାର୍ଡ ପ୍ରଦାନ କରାଯାଇଅଛି । ଏହି ପୁରସ୍କାର ଉତ୍ସବରେ ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ସଂଗଠନକୁ ପ୍ରଥମ “ଶାନ୍ତିଦୂତ” ପୁରସ୍କାରରେ ପୁରସ୍କୃତ କରାଯାଇଥିଲା । ଏହି ସଫଳତା ଲାଗି ମୁଖ୍ୟ ଜାତୀୟ କମିଶନର ଡଃ. କେ.କେ. ଖଣ୍ଡେଲୱାଲ ଏବଂ ରାଜ୍ୟ ସଭାପତି ତଥା ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।