ଓଡିଶା ସ୍କାଉଟ ଗାଇଡ୍ର ରାଜ୍ୟ ମୁଖ୍ୟ କମିଶନର କାଳିପ୍ରସାଦ ମିଶ୍ରଙ୍କୁ ସମ୍ମାନଜନକ ଉପାଧି ପ୍ରଦାନ

ଗ୍ଲୋବାଲ ୟୁନିଭରସିଟି ଅଫ ପ୍ରଫେସନାଲିଜିମ୍ ଦ୍ୱାରା ଚେନ୍ନାଇର ବିଜୟ ପାର୍କରେ ମାର୍ଚ୍ଚ ୮ ତାରିଖରେ ଆୟୋଜିତ ସମାବର୍ତ୍ତନ ଉତ୍ସବରେ ବିଶ୍ୱବିଦ୍ୟାଳୟର କୁଳପତି ଡଃ. ଆର୍. ମୁଥୁରାଜ, ଭାରତ ସ୍କାଉଟସ୍ ଏବଂ ଗାଇଡସ୍ର ଜାତୀୟ ଉପସଭାପତି ଏବଂ ଓଡିଶାର ରାଜ୍ୟ ମୁଖ୍ୟ କମିଶନର ଶ୍ରୀ କାଳିପ୍ରସାଦ ମିଶ୍ରଙ୍କୁ ଶିକ୍ଷା ଏବଂ ସମାଜ ଉନ୍ନୟନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ସମ୍ମାନଜନକ ସର୍ବୋଚ୍ଚ ଉପାଧି (ଊକ୍ଟମଗ୍ଧକ୍ଟକ୍ସ କ୍ଟଲ ଐଙ୍କଜ୍ଞବଦ୍ଭସଗ୍ଧଚ୍ଚ) ରେ ଭୁଷିତ କରିଛନ୍ତି ।
ଉକ୍ତ ଉତ୍ସବରେ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ର ବରିଷ୍ଠ ଅଧିକାରୀ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ମାଡ୍ରାସ୍ ଉଚ୍ଚନ୍ୟାୟାଳୟର ମାନ୍ୟବର ନ୍ୟାୟାଧିଶ ଶ୍ରୀ ଥିରୁ ପି. ଗଣେଷନ, ତାମିଲନାଡୁର ରାଜ୍ୟ ନିର୍ବାଚନ କମିଶନର ଶ୍ରୀଯୁକ୍ତ ଚନ୍ଦ୍ରଶେଖର, ଡି.ଜି.ପି. ଆକାଶ କୁମାର ଏବଂ ପୋଲିସ୍ ସୁପରିଟେଣ୍ଡେଣ୍ଟ ଶ୍ରୀ ମେଘା କୁମାର ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ।
ଏହି ଉପାଧି ପାଇବା ପରେ ଉଲ୍ଲସିତ ରାଜ୍ୟ ମୁଖ୍ୟାଳୟର ସମସ୍ତ କର୍ମଚାରୀ ଶ୍ରୀ ମିଶ୍ରଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଅଭିନନ୍ଦନ ଜ୍ଞାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ