ଓଡିଶା ସ୍କାଉଟ ଗାଇଡ୍ ସଂଗଠନର ନୂତନ କର୍ମକର୍ତ୍ତା ନିର୍ବାଚିତ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ସଂଗଠନର ରାଜ୍ୟ ପରିଷଦ ବୈଠକ ତା୯ା୮ା୨୧ରିଖ ଦିନ ପୂର୍ବାହ୍ନ ୧୧.୩୦ ମିନିଟ୍ ସମୟରେ ରାଜ୍ୟ ମୁଖ୍ୟାଳୟ ସଭାଗୃହରେ ଆୟୋଜିତ ହୋଇଥିଲା । ୫ ବର୍ଷରେ ଥରେ ରାଜ୍ୟ ପରିଷଦର ସଭ୍ୟମାନଙ୍କର ଚୟନ ପ୍ରକ୍ରିୟା ହୋଇଥାଏ । ଏଥିରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ ରାଜ୍ୟ ସଭାପତି ଭାବରେ ନିଦ୍ଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବା ସ୍ଥଳେ ମାନ୍ୟବର ମନ୍ତ୍ରୀ ଜଙ୍ଗଲ ଓ ପରିବେଶ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ, ମାନ୍ୟବର ମନ୍ତ୍ରୀ ମହିଳା ଓ ଶିଶୁ କଲ୍ୟାଣ ଶ୍ରୀମତୀ ଟୁକୁନୀ ସାହୁ, ମାନ୍ୟବର ବିଧାୟକ ସାରଦା ପ୍ରସାଦ ନାୟକ, ମାନ୍ୟବର ବିଧାୟକ ଅନନ୍ତ ନାରାୟଣ ଜେନା, ମାନ୍ୟବର ବିଧାୟକ ସୁଶାନ୍ତ କୁମାର ରାଉତ, ସମାଜର ମୁଦ୍ରାକାର ଓ ପ୍ରକାଶକ ଶ୍ରୀଯୁକ୍ତ ନିରଞ୍ଜନ ରଥ, ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡଃ. (ଶ୍ରୀମତୀ) ମିନତୀ ବେହେରା, ଅବସରପ୍ରାପ୍ତ ନ୍ୟାୟଧୀଶ ଶ୍ରୀଯୁକ୍ତ ମନୋରଞ୍ଜନ ମହାନ୍ତି, ଉପାଧ୍ୟକ୍ଷ, ଆନ୍ତର୍ଜାତୀୟ ସମବାୟ ମତ୍ସ୍ୟ ସଂଗଠନ ଶ୍ରୀଯୁକ୍ତ ଟି. ପ୍ରସାଦ ରାଓ ଦୋରା ରାଜ୍ୟ ଉପସଭାପତି ଭାବେ ନିଦ୍ଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିଲେ । ଡଃ. କାଳିପ୍ରସାଦ ମିଶ୍ର ୯ମଥର ପାଇଁ ରାଜ୍ୟମୁଖ୍ୟ କମିଶନର ଭାବରେ ନିର୍ବାଚିତ ହୋଇଛନ୍ତି । ନବ ନିର୍ବାଚିତ ସଭାପତି ଶ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି ଡଃ କାଳିପ୍ରସାଦ ମିଶ୍ର, ଡଃ. ଧ୍ରୁବଚରଣ ପରିଡା, ଡଃ. ସିପ୍ରା ନାୟକ, ବିଭିନ୍ନ ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାରୀଙ୍କ ସମେତ ରାଜ୍ୟ ତଥା ଜିଲ୍ଲାସ୍ତରୀୟ ରାଜ୍ୟପରିଷଦର ବହୁ ପଦାଧିକାରୀ ଯୋଗଦେଇଥିଲେ । ପ୍ରାରମ୍ଭରେ ରାଜ୍ୟ ସମ୍ପାଦକ ଶ୍ରୀ ଶରତ ଚନ୍ଦ୍ର ପାଇକରାୟଙ୍କ ଆଗତ ଦିବଂଗତ ସ୍କାଉଟ ଓ ଗାଇଡ୍ ବ୍ୟକ୍ତିତ୍ୱମାନଙ୍କ ଉଦ୍ଦେଶ୍ୟରେ ଏକମିନିଟ୍ ନିରବ ପ୍ରାର୍ଥନା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ରାଜ୍ୟ ମୁଖ୍ୟ କମିଶନର ଡଃ ମିଶ୍ର ତାଙ୍କ ସ୍ୱାଗତ ଭାଷଣରେ ବିଗତ ଦିନମାନଙ୍କରେ ରାଜ୍ୟ ସଂସ୍ଥାର ବିଭିନ୍ନ କାର୍ଯ୍ୟକ୍ରମ ଦ୍ୱାରା ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ନିଜର ପ୍ରତିଷ୍ଠା ଲାଭ କରିଥିବାର ଅବତାରଣା କରି ସଦସ୍ୟମାନଙ୍କର ସକ୍ରିୟ ସହଯୋଗର ଉଚ୍ଚପ୍ରଶଂସା କରିବା ସହିତ ଆଗାମୀ ଦିନରେ ଏହାକୁ ଆହୁରି ଦୃଢ଼ୀଭୂତ କରିବା ପାଇଁ ଆଶା ବ୍ୟକ୍ତ କରିଥିଲେ ।
ପରେ ପରେ କାର୍ଯ୍ୟସୂଚୀ ଅନୁଯାୟୀ ଗତବର୍ଷର ଆୟ ବ୍ୟୟର ଅଟକଳ ପରିଷଦ ଦ୍ୱାରା ଅନୁମୋଦନ ଲାଭ କରିଥିଲା । ଏତଦ୍‌ବ୍ୟତୀତ ବିଭିନ୍ନ କମିଟି ତଥା କାର୍ଯ୍ୟନିର୍ବାହୀ କମିଟି ଦ୍ୱାରା ଆଗତପ୍ରସ୍ତାବ ଗୁଡିକ ବିଷୟରେ ସବିଶେଷ ଆଲୋଚନା କରାଯାଇ ସର୍ବସମ୍ମତି କ୍ରମେ ଅନୁମୋଦିତ ହୋଇଥିଲା । ଶେଷରେ ରାଜ୍ୟ ସଂଗଠନ କମିଶନିର (ଗାଇଡ୍‌) ଶ୍ରୀମତୀ ଅନାମିକା ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ