ଓଡିଶା ସ୍କିଲ ଡେଭଲପମେଣ୍ଟ ଅଧ୍ୟକ୍ଷକ ବାଗ୍ଚୀଙ୍କ ଚନ୍ଦ୍ରଗିରି ଶିଳ୍ପକେନ୍ଦ୍ର ପରିଦର୍ଶନ ।
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତଜ୍ଜିଲ୍ଲାର ମୋହନା ବ୍ଲକ ନିକଟସ୍ଥ ଚନ୍ଦ୍ରଗିରି ଶିଳ୍ପ ଓ ତାଲିମ କେନ୍ଦ୍ରକୁ ଦିନିକିଆ ଗ୍ରସ୍ତରେ ଓଡିଶା ସ୍କିଲ ଡେଭଲପମେଣ୍ଟର ଅଧ୍ୟକ୍ଷ ସୁବ୍ରତ ବାଗ୍ଚୀ ଆସି ପିରଦର୍ଶନ କରିଛନ୍ତି । ସେ ତାଲିମ କେନ୍ଦ୍ରରେ ପହଞ୍ଚି ଉପସ୍ଥିତ ଆଇଟିଆଇ ଅନୁଷ୍ଠାନର ଅଧ୍ୟକ୍ଷ ଜଗଦୀଶ ହାଇବୃ,ଉପ-ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡ.ପିଏ ଆଇଟିଡିଏ ସରୋଜ ବେହେରା,ମୋହନା ବିଡିଓ ବଂଶୀଧର ଖୋସଲା,ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ,ଜିଲ୍ଲା ନିୟୋଜନ ଅଧିକାରୀ ସୌଭାଗ୍ୟ ତ୍ରିପାଠୀଙ୍କୁ ଗଜପତି ଜିଲ୍ଲାରେ କୁଶଳୀ କାରିଗର ସୃଷ୍ଟି କରିବା ଓ ଗଢିବା,କର୍ମ ନିଯୁକ୍ତି ଯେଭଳି ସମସ୍ତେ ପାଇପାରିବେ ସେଥି ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହ ଅଣ କୁଶଳୀ କାରିଗରମାନେ ଯେପରି ବାହାର ରାଜ୍ୟକୁ ଯାଇ କାମ ନ କରି ନିଜ ଜିଲ୍ଲା ଭିତରେ କାମ କରିବେ ସେଥି ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ପ୍ରକାଶ କରି,ନାବାଳିକାମାନେ ଯେପରି ବାହାର ରାଜ୍ୟକୁ ଯାଇ ନିର୍ଯ୍ୟାତିତ ନ ହୁଅନ୍ତି ଏବଂ ନାବାଳିକା ଚାଲାଣକୁ ରୋକିବା ଉପରେ ଗୁରୁତ୍ୱାରୋପ କରିଥିଲେ । ବାହାର ଜିଲ୍ଲାକୁ ଯାଇ ବିଭିନ୍ନ କ୍ଷେତ୍ରରେ କୃତକାର୍ଯ୍ୟ ହୋଇଥିବା ୧୦ଜଣ ଛାତ୍ରଛାତ୍ରୀଙ୍କୁ ଶ୍ରୀ ବାଗ୍ଚୀ ମାନପତ୍ର ପ୍ରଦାନ କରିଥିଲେ ।