ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): ଓଡିଶା ସ୍କୁଲ କଲେକ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଦୁର୍ଗା ପ୍ରସାଦ ମହାରଣାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ପାଞ୍ଚ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ବ୍ଲକଗ୍ରାଣ୍ଟ ପଦ୍ଧତିକୁ ଉଚ୍ଛେଦ କରାଯାଇ ଗତ ୨୦୧୮ ମସିହା ଜାନୁଆରୀ ପହିଲା ଠାରୁ ଜି.ଆଇ.ଏ. ପଲିସି – ୨୦୧୭ ନିୟମ ଲାଗୁ କରାଯାଇଛି । କିନ୍ତୁ ସେଥିରେ କୈାଣସି ଚାକିରୀ ସର୍ତ୍ତାବଳୀ କିମ୍ବା ପେନ୍ସନ୍ ବ୍ୟବସ୍ଥା ଉଲ୍ଲେଖ ନାହିଁ । ରାଜ୍ୟର ବିଭିନ୍ନ ସ୍କୁଲ ଓ କଲେଜରୁ ପ୍ରତ୍ୟକ ମାସରେ ସଂଖ୍ୟାଧିକ ଶିକ୍ଷକ ଓ କର୍ମଚାରୀ ଖାଲି ିହାତରେ ଅବସର ନେଉଛନ୍ତିି । ଫଳରେ ସେମାନଙ୍କ ଅବସର ଜୀବନର ବାକି ସମୟ ଭୋକ ଉପାସରେ ବିତୁୁଛିି । ରାଜ୍ୟ ସରକାର ସରକାରୀ ଏବଂ ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲ ଓ କଲେଜର ଶିକ୍ଷକ ଓ କର୍ମଚାରୀଙ୍କ ପାଇଁ ଗତ ୧.୦୧.୨୦୧୬ ଏବଂ ୧.୧୦.୨୦୧୭ ଠାରୁ ସପ୍ତମ ବେତନ ସୁବିଧା ଆମ ରାଜ୍ୟରେ ଲାଗୁ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ତଦନାନ୍ତିନ ମୁଖ୍ୟ ଶାସନ ସଚିବ ଏହି ସଂଗଠନକୁ କେତେକ କ୍ଷମତାସୀନ ବିଧାୟକଙ୍କ ଉପସ୍ଥିତିରେ ପ୍ରତିଶ୍ରୁତି ଦେଇଥିଲେ ଯେ ଜି.ଆଇ.ଏ ପଲିସି- ୨୦୧୭ ଲାଗୁ ହେବାପରେ ସପ୍ତମ ବେତନ ବ୍ୟବସ୍ଥା ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀମାନଙ୍କ ପାଇଁ ଲାଗୁ କରାଯିବା । କିନ୍ତୁ ଅଦ୍ୟାବଧି ତାହା ପୁରଣ ହେଲାନାହିଁ । ତେଣୁ ଗତ ୧.୦୧.୨୦୧୮ ଠାରୁ ନୂତନ ଅନୁଦାନ ପ୍ରାପ୍ତ ସ୍କୁଲ ଓ କଲେଜ ପାଇଁ ସପ୍ତମ ବେତନ ବ୍ୟବସ୍ଥା ଲାଗୁ କରାଯିବା, ଅଣ ଅନୁଦାନପ୍ରାପ୍ତ ସମସ୍ତ ସ୍କୁଲ ଓ କଲେଜର ଶିକ୍ଷକ,ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ପୂର୍ବ ଅନୁଦାନ ନିୟମ ଅନୁସାରେ ଅନୁଦାନ ପ୍ରଦାନ କରାଯିବା, ନୂତନ ଅନୁଦାନପ୍ରାପ୍ତ ସ୍କୁଲ ଓ କଲେଜ ଗୁଡିକୁ ପୂର୍ଣ୍ଣ ଅନୁଦାନପ୍ରାପ୍ତ ଅନୁଷ୍ଠାନ ଭଳି ଚାକିରୀ ସର୍ତ୍ତାବଳୀ ଓ ଅବସରକାଳୀନ ସମସ୍ତ ସୁବିଧା ପ୍ରଦାନ କରାଯିବା, ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଖାଲି ପଡିଥିବା ପଦବୀ ପୂରଣ କରାଯିବା ଏବଂ ଅବସର ସମୟ ୬୦ ରୁ ୬୨ବର୍ଷକୁ ବୃଦ୍ଧି କରାଯିବା ପାଇଁ ମିଳିତ ମଞ୍ଚ ପକ୍ଷରୁ ଦାବି କରାଯାଇଛି । ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ୪୮୮ ବର୍ଗର ଅଧ୍ୟାପକ କର୍ମଚାରୀ ସଂଘ ଆବାହକ ରବି ଦାସ, ରତ୍ନାକର ପାତ୍ର, ୬୬୨ ବର୍ଗ ଅଧ୍ୟାପକ କର୍ମଚାରୀ ସଂଘ ପକ୍ଷରୁ ବସନ୍ତ କୁମାର ମିଶ୍ର, ଗଦାଧର ବେହେରା, ସରୋଜ ସେଠୀ, ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଙ୍ଘ(ଓଷ୍ଟା) ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଣବ କୁମାର ଜେନା, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଚିତ୍ତରଞ୍ଜନ କବି, ଅନୁସୂୟା ସାହୁ, ଅଲେଖ ମହାନ୍ତି, ବାବାଜି ଚରଣ ଦାସ, ବିଚିତ୍ର କୁମାର ସାହୁ, ସସ୍ମିତା ମିଶ୍ର, ରମେଶ ଚନ୍ଦ୍ର ସାହୁ, ବୃନ୍ଦାବନ ସ୍ୱାଇଁ, ସୁରେଶ ଚନ୍ଦ୍ର ସ୍ୱାଇଁ, ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଙ୍ଘ ପକ୍ଷରୁ ଧନେଶ୍ୱର ପାତ୍ର, କରୁଣାକର ଭଳ, ଶ୍ରୀମନ୍ତ ନାରାୟଣ, ବିପିନ ବିହାରୀ ଶତପଥୀ, ନିଖିଳ ଉତ୍କଳ ମଦ୍ରାସା ଶିକ୍ଷକ ସଙ୍ଘ ପକ୍ଷରୁ ଜିଲ୍ଲା ସମ୍ପାଦକ ସେକ୍ ସିରାଜଉଦ୍ଦିନ ଏବଂ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ମହାକାଳପଡା ବିକାଶ ମଞ୍ଚର ସଭାପତି ପରିବେଶବିତ୍ କାଶିନାଥ ରାଉତରାୟ ପ୍ରମୁଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ରଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଶ୍ରୀ ମହାରଣାଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଥିଲେ । ଏହି ଦାବି ଗୁଡିକ ନିକଟ ଭବିଷ୍ୟତରେ ପୂରଣ ନହେଲେ ଆଗାମୀ ଦିନରେ ମିଳିତ ମଞ୍ଚ ପକ୍ଷରୁ ଦୁର୍ବାର ଆନ୍ଦୋଳନ ଗଢିତୋଳିବାକୁ ସରକାର ଓ ପ୍ରଶାସନକୁ ଚେତାବନୀ ଦିଆଯାଇଥିଲା ।