ଓଡିଶା ସ୍ୱତନ୍ତ୍ର ଭିନ୍ନକ୍ଷମ ବିଦ୍ୟାଳୟ କର୍ମଚାରୀ ସଙ୍ଘ ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଓଡିଶା ସ୍ୱତନ୍ତ୍ର ଭିନ୍ନକ୍ଷମ ବିଦ୍ୟାଳୟ କର୍ମଚାରୀ ସଙ୍ଘ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ଏକ ତିନିଦଫା ସମ୍ବଳିତ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ସଙ୍ଘର ସଦସ୍ୟମାନେ ପୁରୁଣା ବସଷ୍ଟାଣ୍ଡରୁ ଏକ ଶୋଭାଯାତ୍ରାରେ ଆସି ଅତିରିକ୍ତ ଜିଲ୍ଲାପାଳ ଦୁର୍ଗା ପ୍ରସାଦ ମହାରଣାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଏହି ଜିଲ୍ଲାରେ ଥିବା ରାଜ୍ୟ ସରକାରଙ୍କ ଅନୁଦାନ ପ୍ରାପ୍ତ ୬ଟି ସ୍ୱତନ୍ତ୍ର ଭିନ୍ନକ୍ଷମ ବିଦ୍ୟାଳୟ ଯଥା ନିମାଇଁ ଚରଭ ମାନସିକ ଅନଗ୍ରସର ବିଦ୍ୟାଳୟ, ପୈାରସଂସ୍ଥା ଦୃଷ୍ଟିହୀନ ବିଦ୍ୟାଳୟ, ଦଧିବାମନଜୀଉ ବଧିର ବିଦ୍ୟାଳୟ, ଆରତୀ ଦେବୀ ଦୃଷ୍ଟିହୀନ, ମାନସିକ ଅନଗ୍ରସର ଓ ବଧିର ବିଦ୍ୟାଳୟ ଗୁଡିକ ପକ୍ଷରୁ ପ୍ରଦାନ କରାଯାଇଥିବା ସ୍ମାରକପତ୍ରରେ ସ୍ୱତନ୍ତ୍ର ବିଦ୍ୟାଳୟର କର୍ମଚାରୀମାନଙ୍କ କ୍ୟାଡରରୁଲ ପ୍ରସ୍ତୁତ କରାଯିବା, ସେବା ପୁସ୍ତିକାର ପ୍ରଚଳନ, ପେନସନ ପ୍ରଦାନ ଓ ଏମ.ଏ.ସି.ପି. ପ୍ରଦାନ ପ୍ରଭୃତି ଦାବି ଗୁଡିକ ରହିଛି । ଏହିସବୁ ଦାବି ଗୁଡିକ ପୁରଣ ନହେଲେ ରାଜ୍ୟର ୧୦୪ଟି ସ୍ୱତନ୍ତ୍ର ବିଦ୍ୟାଳୟ ପକ୍ଷରୁ ବିଧାନସଭା ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି ରାଜ୍ୟ ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି । ସ୍ମାରକପତ୍ର ପ୍ରଦାନ ବେଳେ ସଙ୍ଘ ପକ୍ଷରୁ କବିତା ମୁଦୁଲି, ନିନା ଭୋଳ, ଗୀତାଞ୍ଜଳୀ ଦାସ, ପବିତ୍ର ମୋହନ ଦାସ, ଜଗନ୍ନାଥ ପରିଡା, ଧରଣୀଧର ମହାନ୍ତି, କିଶୋର ଚନ୍ଦ୍ର ସ୍ୱାଇଁ, ସ୍ୱପ୍ନାଂଶୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ