ଓଡିଶା ୱାର୍କସ ଡିପାର୍ଟମେଂଟ ୱାର୍କଚାର୍ଜଡ ଓ ରେଗୁଲାର କର୍ମଚାରୀ ଆସୋସିଏସନର ଜରୁରୀ ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା):ଓଡିଶା ୱାର୍କସ ଡିପାର୍ଟମେଂଟ ୱାର୍କଚାର୍ଜଡ ଓ ରେଗୁଲାର କର୍ମଚାରୀ ଆସୋସିଏସନର ଉତର ଓଡିଶାର ତିନୋଟି ଜିଲ୍ଲାକୁ ନେଇ ଗଠିତ ବାଲେଶ୍ୱର ମଣ୍ଡଳ ଶାଖାର ଏକ ଜରୁରୀ ବୈଠକ ସ୍ଥାନୀୟ ପୂର୍ତ ବିଭାଗ ଡାକବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ସଭାପତି ଅଶୋକ ଚୌଧୁରୀ ଅଧ୍ୟକ୍ଷତା କରିବା ସହିତ ୱାର୍କଚାର୍ଜଡ କର୍ମଚାରୀମାନେ ସାମନା କରୁଥିବା ବିଭିନ୍ନ ସମସ୍ୟା ଓ ତାହାର ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ । ବିଶେଷ କରି ବାଲେଶ୍ୱର ଭଦ୍ରକ ଓ ମୟୁରଭଞ୍ଜ ଜିଲ୍ଲାର ୱାର୍କଚାର୍ଜଡ କର୍ମଚାରୀଙ୍କୁ ଏକକାଳୀନ ନିୟମିତ ନିଯୁକ୍ତିରେ ଅବସ୍ଥାପିତ ପାଇଁ ଅସୋସିଏସନର ଦାବୀ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହା ସହିତ ଡିଏଲଆର ରୁ ୱାର୍କଚାର୍ଜଡକୁ ଉନ୍ନୀତ ହୋଇଥିବା କର୍ମଚାରୀଙ୍କ ଅନୁମୋଦିତ ପଦକ୍ରମ ତାଲିକା ଅନୁଯାୟୀ ସେମାନଙ୍କ ଯୋଗଦାନ ତାରିଖକୁ ସ୍ଥାୟୀ ଚାକିରୀର ମାନ୍ୟତା ଭାବେ ପରିଗଣିତ କରିବା, ୱାର୍କଚାର୍ଜଡ କର୍ମଚାରୀଙ୍କ ଅବସରର ଅନୁନ୍ୟ ଗୋଟିଏ ଦନ ପୂର୍ବରୁ ସ୍ଥାୟୀର ମାନ୍ୟତା ପ୍ରଦାନ, ୱାର୍କଚାର୍ଜଡ କର୍ମଚାରୀଙ୍କ କ୍ଷେତ୍ରରେ ପୂର୍ବ ପ୍ରଚଳିତ ପେନସନ ନୀତି ଲାଗୁ, କର୍ମଚାରୀଙ୍କ ଭତା ଓ ଗ୍ରାଚ୍ୟୁଟି ପ୍ରଭୃତି ସଠିକ୍ ସମୟରେ ପ୍ରଦାନ, କିରାଣୀ ବର୍ଗର ୱାର୍କଚାର୍ଜଡ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ ପୂର୍ବରୁ ନୂତନ ନିଯୁକ୍ତି ସମ୍ବନ୍ଧୀୟ ବିଜ୍ଞାପନ ରଦ୍ଦ ଏବଂ ୧୦ ବର୍ଷ ଚାକିରୀ କାଳ ପୂରଣ କରିଥିବା କିରାଣୀ ବର୍ଗର କର୍ମଚାରୀ ଓ ଗ୍ରୁପ ‘ଡି’ ଭିତିକ ୱାର୍କଚାର୍ଜଡ କର୍ମଚାରୀଙ୍କୁ ତ୍ୱରିତ ପଦୋନ୍ନତି ପ୍ରଦାନ ପାଇଁ ଆସୋସଏିସନ ପକ୍ଷରୁ ଶ୍ରୀ ଚୌଧୁରୀ ଦାବି ଉପସ୍ଥାପନ କରିଥିଲେ । ଏହି ବୈଠକରେ ବାଲେଶ୍ୱର ସଦର ବିଧାୟକ ସ୍ୱରୂପ କୁମାର ଦାସ ଯୋଗଦେଇ ଆସୋସିଏସନର ଦାବି ସମୂହ ସମ୍ପର୍କରେ ଅବଗତ ହେବା ସହ ୱାର୍କଚାର୍ଜଡ କର୍ମଚାରୀଙ୍କୁ ସମସ୍ୟା ସମାଧାନ ନିମନ୍ତେ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ । ସମ୍ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚୁକ୍ତିଭିତିକ କର୍ମଚାରୀଙ୍କୁ ନିୟମିତ କରିବା ପାଇଁ ନିଷ୍ପତି ନେଇଥିବା ବେଳେ ଓଡିଶା ୱାର୍କସ ଡିପାର୍ଟମେଂଟର ୱାର୍କଚାର୍ଜଡ କର୍ମଚାରୀଙ୍କ ପ୍ରତି ମଧ୍ୟ ଅବିଚାର ହେବ ନାହିଁ ବୋଲି ଦୃଢ ଆଶା ପ୍ରକାଶ କରିଥିଲେ । ଆବଶ୍ୟକ ହେଲେ ଏ ସମ୍ପର୍କରେ ବିଧାନସଭାରେ ପ୍ରଶ୍ନ ଉତଥାପନ କରିବେ ବୋଲି ବିଧାୟକ ଶ୍ରୀ ଦାସ କହିଥିଲେ । ଆସୋସିଏସନର ଉପଦେଷ୍ଟା କଲ୍ୟାଣ ମହାରଣା ଓ କପିଳେଶ୍ୱର ବାରିକ ଏ ସମ୍ପର୍କରେ ବାଲେଶ୍ୱର ମଣ୍ଡଳ ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ୭ ଦଫା ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ ନିମନ୍ତେ ଆସୋସିଏସନର ନିଷ୍ପତି ସମ୍ପର୍କରେ ସେ ସଦସ୍ୟମାନଙ୍କୁ ଅବଗତ କରିଥିଲେ । ଆସୋସିଏସନର ଦାବୀ ସମ୍ପର୍କରେ ରାଜ୍ୟ ସରକାର କୌଣସି ପଦକ୍ଷେପ ନ ନେଲେ ଆସନ୍ତା ଡିସେମ୍ବର ୨୧ ତାରିଖରେ ଭୂବନେଶ୍ୱର ଠାରେ ମୁଖ୍ୟମନ୍ତ୍ରୀଙ୍କୁ ଶ୍ୱେତପତ୍ର ପ୍ରଦାନ କରାଯିବ । ଏଥିପାଇଁ ଆସୋସିଏସନର ସମସ୍ତ ସଦସ୍ୟ ଭୁବନେଶର ଚାଲ ଅଭିଯାନରେ ସାମିଲ ହେବାକୁ ସେମାନେ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯକାରୀ ସଭାପତି ନିରଞ୍ଜନ ବାହିନୀପତି, ରାଜ୍ୟ ସାଧାରଣ ସମ୍ପାଦକ ଅରୁଣ ପରିଡା, ମୁଖ୍ୟ ସମ୍ପାଦକ ଗଗନ ଭଞ୍ଜ, ମୟୁରଭଞ୍ଜ ଜିଲ୍ଲା ସମ୍ପାଦକ ରଘୁନାଥ ସାହୁ, ବାଲେଶ୍ୱର ଜିଲ୍ଲା ସଭାପତି ସଦାଶିବ ରାଉତ, ସମ୍ପାଦକ ରାମଚନ୍ଦ୍ର ଜେନା, ସଂଯୋଜକ ପରେଶ ଆଚାର୍ଯ୍ୟ ଓ ପ୍ରଫୁଲ୍ଲ ନାୟକ, ଭଦ୍ରକ ଜିଲ୍ଲା ସଭାପତି ସରୋଜ ପଣ୍ଡା ଓ ସଂଯୋଜକ ପ୍ରଫୁଲ୍ଲ କୁମାର ମିଶ୍ର ପ୍ରମୁଖଙ୍କ ସମେତ ୩ଟି ଜିଲ୍ଲାର ବହୁ ୱାର୍କଚାର୍ଜଡ କର୍ମଚାରୀନେତା ଏହି ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ