ଓଡିଶୀ କଣ୍ଠ ଶିଳ୍ପୀ ପ୍ରତିଯୋଗୀତାରେ ପାରଳାର ଗୁରୁ ରଘୁନାଥଙ୍କ ଛାତ୍ର ପୁରସ୍କୃତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ପ୍ରଖ୍ୟାତ ତଥା ସୁନାମ ଧନ୍ୟ ଗୁରୁ ରଘୁନାଥ ପାତ୍ରଙ୍କ ଛାତ୍ର ଆଶୁତୋଷ ମିଶ୍ର ଆଳାପ ସଙ୍ଗିତ ଅନୁଷ୍ଠାନ ଭୁବନେଶ୍ୱର ଦ୍ୱାରା ଅନ୍ଲାଇନ୍ ମାଧ୍ୟମରେ ଅନୁଷ୍ଠିତ ହୋଇଥିବା ଆନ୍ତର୍ଜାତୀୟସ୍ତରୀୟ ଓଡିଶୀ ରାଗ କଣ୍ଠ ସଂଗୀତ – ୨୦୨୦ ପ୍ରତିଯୋଗୀତାରେ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି । ସେ କବି କଳହଂସ ଗୋପାଳ କୃଷ୍ଣଙ୍କ ରଚନାରୁ ପନ୍ତୁ କରାଡି ରାଗରେ ଓଡିଶୀ ସଂଗୀତ ପରିବେଷଣ କରି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏହି ପ୍ରତିଯୋଗୀତାରେ ଦେଶ ବିଦେଶ ଓ ରାଜ୍ୟର ୧୨୬ଜଣ ପ୍ରମୁଖ କଣ୍ଠଶିଳ୍ପୀ ଭାଗ ନେଇଥିଲେ । ଏହି ସଫଳତା ପାଇଁ ପାରଳାଖେମୁଣ୍ଡିର ଭକ୍ତି ସଂଗୀତ ସଂସଦର ସଂପାଦକ ପୂର୍ଣ୍ଣଚନ୍ଦ୍ର ରଥ, କ୍ରିଏଟିଭ୍ ଆର୍ଟର ସଭାପତି ନୃସିଂହଚରଣ ପଟ୍ଟନାୟକ, ଗୁରୁ ବିଜୟ ପ୍ରଧାନ, ଆଦର୍ଶ ଦାସ ପ୍ରମୁଖ ଆଶୁତୋଷ ପାତ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।