ଓବିସି ଗଠନ ପ୍ରକ୍ରିୟା ଚାଲିଛି
ଭୁବନେଶ୍ୱର: ଓବିସି ଗଠନ ପ୍ରକ୍ରିୟା ଚାଲିଛି ବୋଲି ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି । ଓବିସି କମିଶନର ନିଯୁକ୍ତିରେ ରାଜ୍ୟ ସରକାର ଅବହେଳା କରିଥିବା ସମ୍ପର୍କରେ ସୋମବାର ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିବା ପରେ ମନ୍ତ୍ରୀ ଶ୍ରୀ ସାରକା ନିଜ ପ୍ରତିକ୍ରିୟା ରଖି ଏହା କହିଛନ୍ତି । ସେ କହିଛନ୍ତି ଯେ, ଭୋଟ ବ୍ୟାଙ୍କ ପାଇଁ ନୁହେଁ, ବିଜେଡି ସରକାର ପଛୁଆ ବର୍ଗଙ୍କ ପାଇଁ କାମ କରୁଛି । ପଛୁଆ ବର୍ଗଙ୍କ ଶିକ୍ଷାର ଉନ୍ନତି ପାଇଁ ଅନେକ ହଷ୍ଟେଲ ନିର୍ମାଣ ହୋଇଛି । ସରକାର ଏସସି/ଏସଟିଙ୍କ ସହ ପଛୁଆ ବର୍ଗର ବିକାଶ ପାଇଁ କାମ କରୁଛନ୍ତି ବୋଲି ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି ।
ପ୍ରକାଶ ଯେ, ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରି କହିଥିଲେ ଯେ, ଓବିସି କମିଶନର ନିଯୁକ୍ତିରେ ରାଜ୍ୟ ସରକାର ଅବହେଳା କରିଛନ୍ତି । ରାଜ୍ୟ ସରକାର ଓବିସି ବର୍ଗଙ୍କ ଉନ୍ନତି ଚାହୁଁନାହାନ୍ତି ବୋଲି ଏହା ଦର୍ଶାଉଛି । ଏକମାତ୍ର ଓଡ଼ିଶାରେ ଓବିସିଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ଲାଗୁ ହୋଇନାହିଁ । ଚାକିରି କିମ୍ବା ଶିକ୍ଷା କ୍ଷେତ୍ରରେ ସରକାର ସଂରକ୍ଷଣ ଲାଗୁ କରିନାହାନ୍ତି । ଏସଇବିସି ବର୍ଗର ଲୋକଙ୍କୁ ଶିକ୍ଷା, ନିଯୁକ୍ତି କ୍ଷେତ୍ରରେ କାହିଁକି ସଂରକ୍ଷଣ ମିଳିନାହିଁ । ୨୬ ବର୍ଷ ହେଲା ଓଡ଼ିଶା କାହିଁକି ଏଥିରୁ ବଞ୍ଚିତ, ରାଜ୍ୟ ସରକାର ଏ ସମ୍ପର୍କରେ ସ୍ପଷ୍ଟ କରନ୍ତୁ ବୋଲି ପୃଥ୍ୱୀରାଜ ହରିଚନ୍ଦନ ଦାବି କରିଥିଲେ ।