ଓବିସି ବର୍ଗର ଅଙ୍ଗନବାଡି କର୍ମୀଙ୍କୁ ନିଯୁକ୍ତି ଦାବିରେ ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇଲେ ଗ୍ରାମବାସୀ

ମୋହନା, (ଅଂଶୁମାନ ପଣ୍ଡା): କେନ୍ଦ୍ର ଓ ରାଜ୍ୟ ସରକାର ଅନୁସୂଚିତ ଜାତି ଓ ଜନଜାତିଙ୍କୁ ବିଭିନ୍ନ କ୍ଷେତ୍ରରେ ଗୁରୁତ୍ୱ ଦେଇ ଆସୁଛନ୍ତି। ସେମାନଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି। କିନ୍ତୁ ସାଧାରଣ ବର୍ଗର ଲୋକଙ୍କ ପାଇଁ କୌଣସି ସୁବିଧା କରୁନାହାନ୍ତି ।ଯାହାକୁ ନେଇ ଉତେଜନା ଦେଖା ଦେଇଛି ରା.ଉଦୟଗିରି ବ୍ଲକର ରଣାଲଈ ଗ୍ରାମରେ। ଗ୍ରାମରେ ଦୁଇଟି ଅଙ୍ଗନବାଡି କେନ୍ଦ୍ର ଥିବା ବେଳେ ହରିଜନ ସାହିର ଦୁତୀୟ ଅଙ୍ଗନବାଡି କେନ୍ଦ୍ର ଉପରେ ଭରସା କରନ୍ତି ୩୦୦ରୁ ଉର୍ଦ୍ଧ୍ଵ ପରିବାର। ଏହାର ଜନ ସଂଖ୍ୟା ୧୫ ଶହରୁ ଉର୍ଦ୍ଧ୍ଵ । ଏହି ଅଙ୍ଗନବାଡି କେନ୍ଦ୍ରରେ ପୂର୍ବରୁ କାମ କରି ଆସୁଥିଲେ ଓବିସି ଜାତିର ମହିଳା ବିନଦିନୀ ସିଂ । ସେ ଅବସର ନେବାକୁ ରହିଥିଲା ୧୩ବର୍ଷ । କିନ୍ତୁ ତାଙ୍କର ଗତ କୋଭିଡ ସମୟରେ ଅକାଳ ବିୟୋଗ ଘଟିଥିଲା । ସେହି ଦିନଠାରୁ ପ୍ରାୟ ୩ ମାସ ହେଲା ଏହି ପଦବୀଟି ଖାଲି ପଡିରହିଛି। ଯାହାକୁ ପୁରଣ ପାଇଁ ରାଜ୍ୟ ସରକାର କିଛି ଅଙ୍ଗନବାଡି କର୍ମୀ ନିଯୁକ୍ତି ନେଇ ବିଜ୍ଞାପନ ବାହାର କରିଥିଲେ। ସେଥିରେ ସାଧାରଣ ବର୍ଗ,ଓବିସି ବର୍ଗର ମହିଳାଙ୍କୁ ବାଦ ଦେଇ କେବଳ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ପ୍ରାର୍ଥୀଙ୍କୁ ନିଯୁକ୍ତି ପାଇଁ ଉଲ୍ଲେଖ ରହିଥିଲା । ଯାହାଫଳରେ ରଣାଲଈ ଗ୍ରାମରେ ଏସି, ଏସ୍‌ଷ୍ଟିର କେହି ପ୍ରାର୍ଥୀ ନଥିବାରୁ ନୂତନ ଭାବେ ଅନ୍ୟ ଗ୍ରାମରୁ ରଣାଲଇ ଗ୍ରାମକୁ ବିବାହ ହୋଇ ଆସିଥିବା ସବିତା ରଇତ ଆବେଦନ କରିଛନ୍ତି। ତାଙ୍କୁ ସାହି ବାସିନ୍ଦା ପସନ୍ଦ କରୁନାହାନ୍ତି । ସାହି ବାସିନ୍ଦା କହିବା ପ୍ରକାରେ ରାଜ୍ୟ ସରକାର ସରପଞ୍ଚ ଠାରୁ ବିଧାୟକ ପର୍ଯ୍ୟନ୍ତ ଏସଷ୍ଟି ,ଏସି ବର୍ଗଙ୍କୁ ସ୍ଥାନ ଦେଉଛନ୍ତି କିନ୍ତୁ ଆମ ଭଳି ଓବିସି ଏବଂ ସାଧାରଣ ବର୍ଗର ଲୋକ ଙ୍କୁ କିଛି ପଦବୀ ମିଳୁନି । ବହୁ ଶିକ୍ଷିତ ଝିଅମାନେ ଗ୍ରାମରେ ଥାଇ ମଧ୍ୟ କୌଣସି ସରକାରୀସ୍ତରରେ ଚାକିରୀ ଖଣ୍ଡେ ମିଳୁନି। ରାଜ୍ୟ ସରକାର ଗରିବଙ୍କୁ ପାତ୍ରର ଅନ୍ତ୍ରର କରୁଛନ୍ତି । ରଣାଲଇ ଗ୍ରାମରେ ଖାଲିଥିବା ଅଙ୍ଗନବାଡି ପଦବୀ ପୂରଣ ପାଇଁ ଓବିସି ବର୍ଗର ଲୋକଙ୍କୁ ପଦବୀ ନ ଦେବା ଯାଏଁ ଅଙ୍ଗନାବାଡି ଗୃହରେ ତାଲା ଝୁଲିବା ସହ ଆଗାମୀ ପଞ୍ଚାୟତ ନିର୍ବାଚନ ବେଳେ ରଣାଲଇ ଗ୍ରାମର ୧୫ ଶହ ଭୋଟର ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏହି ବିଷୟରେ ଜିଲ୍ଲାପାଳ,ଉପ ଜିଲ୍ଲାପାଳ,ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଥିବା କହିଛନ୍ତି। ଅପରପକ୍ଷେ ଉପଜିଲ୍ଲାପାଳ ଦିଲ୍ଲୀପ ମହାରଣାଙ୍କୁ ପଚାରିବାରୁ ସେ ରାଜ୍ୟ ସରକାରଙ୍କ ଯେଉଁ ନିୟମ ରହିଛି ଆମେ କିଛି କରିପାରିବୁନି ବୋଲି ସିଧା ସଳଖ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ