ଓଭରବ୍ରିଜ ଉପରେ ଜଳିଗଲା କାର, ମା’ ଓ ଦୁଇ ଝିଅ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ(ଏଜେନ୍ସି): ଦିଲ୍ଲୀ ଓ ଯମୁନା ଡିପୋ ନିକଟରେ ରବିବାର ଏକ ଚଳନ୍ତା ଗାଡ଼ିରେ ନିଆଁ ଲାଗିଯାଇ ମା’ ଓ ଦୁଇ ଶିଶୁ କନ୍ୟା ଜୀବନ୍ତ ଦଗ୍ଧ ହୋଇଯାଇଥିବା ଭଳି ଏକ ଅଭାବନୀୟ ଅଘଟଣ ଘଟିଯାଇଛି । ପ୍ରାପ୍ତ ସୂଚନାନୁସାରେ ଉପେନ୍ଦ୍ର ମିଶ୍ରାଙ୍କ ପୂରା ପରିବାର ଦିଲ୍ଲୀ କାଲକାଜି ମନ୍ଦିର ଦର୍ଶନ କରି ନିଜ ଘରକୁ ଫେରୁଥିବା ସମୟରେ ଗାଡ଼ିରେ ହଠାତ୍ ନିଆଁ ଲାଗିଯାଇଥିଲା । ଉପେନ୍ଦ୍ର ଗାଡ଼ି ଚଳାଉଥିବା ବେଳେ ତାଙ୍କ ପାଖ ସିଟ୍ରେ ଗୋଟିଏ ଝିଅ ବସିଥିଲା । ବାକି ଦୁଇ ଝିଅଙ୍କ ସହ ତାଙ୍କ ପତ୍ନୀ ରଞ୍ଜନା ପଛସିଟ୍ରେ ବସିଥିଲେ । ତେବେ ନିଆଁ ଲାଗିଯିବା ପରେ ଉପେନ୍ଦ୍ର ଓ ତାଙ୍କ ପାଖରେ ବସିଥିବା ଝିଅ ଗାଡ଼ିରୁ ବାହାରିଆସିଥିଲେ ମଧ୍ୟ ପତ୍ନୀ ରଞ୍ଜନା ଓ ଅନ୍ୟ ଦୁଇ ଶିଶୁ କନ୍ୟା ଗାଡିରୁ ବାହାରିପାରିନଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ôଚ ମୃତଦେହଗୁଡିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ