ଓଭା ପକ୍ଷରୁ ବିଶ୍ୱ ହାତ ଧୁଆ ଦିବସ ପାଳିତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ପଞ୍ଚାୟତ  ସଭାଗୃହ ଠାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓଭା ପକ୍ଷରୁ ବିଶ୍ୱ ହାତ ଧୁଆ ଦିବସ ପାଳିତ ହୋଇଯାଇଛି। ବ୍ଳକର ବିଭିନ୍ନ ପଞ୍ଚାୟତର ଆଶା କର୍ମୀ , ୱାର୍ଡ଼ ସଦସ୍ୟ , ସଦସ୍ୟ ଓ ନିର୍ମାଣ ଶ୍ରମିକ ଓ ଅନ୍ୟମାନେ ଯୋଗଦେଇ ଏହି ଦିବସ ସଂପର୍କରେ ଆଲୋଚନା କରିଥିଲେ। ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ରୁଦା ମଲିକ , ସମ୍ମାନିତ ଅତିଥିଭାବେ ଦାରିଙ୍ଗବାଡ଼ି ସରପଞ୍ଚ ରାଧାକାନ୍ତ ପ୍ରଧାନ , ବିଜୁ ଯୁବ ବାହିନିର ବ୍ଳକ ସଂଯୋଜକ ଉତ୍କଳନିଧି ନାୟକ , ମୁଖ୍ୟବକ୍ତା ଭାବେ ଗୋଷ୍ଠି ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼.ଜାକେଶ ସାମନ୍ତରାୟ ପ୍ରମୁଖ ଯୋଗଦେଇ ହାତସଫା କରିବା ଦ୍ୱାରା କି ଉପକାର ମିଳିଥାଏ ସେ ସଂପର୍କରେ ଆଲୋଚନା କରିଥିଲେ। ଓଭାର ସମ୍ପାଦକ  କ୍ଷମାକର ସ୍ୱାଇଁ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ନିର୍ମାଣ ଶ୍ରମିକ ସଂଗଠନ ଅଧ୍ୟକ୍ଷ ପ୍ରକାଶ ଦିଗାଲ ସଂଯୋଜନା କରିଥିବା ବେଳେ ଓଭାର ଜିଲା ସଂଯୋଜକ ପ୍ରଶ୍ନ କୁମାର ବାଗସିଂ ଅତିଥି ପରିଚୟ ଓ  ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ କରୋନା ସଚେତନା ଉପରେ ଏକ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ