ଓମାନ୍ ସୁଲ୍ତାନ୍ ଙ୍କ ଦେହାନ୍ତ ପାଇଁ ଭାରତରେ ରାଷ୍ଟ୍ରୀୟ ଶୋକ
ନୂଆଦିଲ୍ଲୀ: ଓମାନ୍ ସୁଲ୍ତାନ୍ କ୍ୱାବୁସ୍ ବିନ୍ ସୈଦଙ୍କ ୭୯ ବର୍ଷ ବୟସରେ ଦେହାନ୍ତ ଘଟିଛି । ଏଥିପାଇଁ କେନ୍ଦ୍ର ସରକାର ସୋମବାର ଦିନ ଦିନକ ପାଇଁ ରାଷ୍ଟ୍ରୀୟ ଶୋକ ଘୋଷଣା କରିଥିବା କଥା ରବିବାର ଦିନ ଗୃହମନ୍ତ୍ରାଳୟ ସୂଚନା ଦେଇଛି । ଜାନୁଆରି ୧୦ ତାରିଖରେ କ୍ୱାବୁସ୍ ବିନ୍ ଅଲ୍ ସୈଦ୍ଙ୍କର ଦେହାନ୍ତ ହୋଇଯାଇଛି ଦିବଂଗତ ସୁଲ୍ତାନଙ୍କ ସମ୍ମାନାର୍ଥେ ଜାନୁଆରି ୧୩ ତାରିଖ ଦିନ ସମଗ୍ର ଭାରତରେ ଗୋଟିଏ ଦିନ ପାଇଁ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ ବୋଲି ଭାରତ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ଗୃହମନ୍ତ୍ରାଳୟର ଜଣେ ମୁଖପାତ୍ର କହିଛନ୍ତି । ଏହି ଶୋକପାଳନ ସମୟରେ ଭାରତରେ ଜାତୀୟ ପତାକା ଅର୍ଦ୍ଧଉନ୍ମିଳିତ ହୋଇ ରହିବ । ଏସର୍ମ୍ପକରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଗୃହ ମନ୍ତ୍ରାଳୟ ଜଣାଇଦେଇଛି । ସୂଚନାଥାଉକି ସୁଲ୍ତାନ୍ କ୍ୱାବୁସ୍ ବିନ୍ ସୈଦଙ୍କ ଶାସନ କାଳରେ ଦାରିଦ୍ର୍ୟ ପ୍ରପୀଡ଼ିତ ଓମାନକୁ ଏକ ସମୃଦ୍ଧଶାଳୀ ଓ ଆଧୁନିକ ରାଷ୍ଟ୍ରରେ ପରିଣତ କରିଥିଲେ। ଗତ କିଛି ମାସ ହେବ ତାଙ୍କ ସ୍ୱାସ୍ଥ୍ୟ ଭଲ ରହୁ ନ ଥିଲା। ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ସେ ଗତ ମାସରେ ବେଲ୍ଜିଅମ୍ ଯାଇଥିଲେ। ତାଙ୍କ ମୃତ୍ୟୁ ଯୋଗୁଁ ରାଜ ଦରବାର ତିନି ଦିନ ପାଇଁ ଶୋକ ଘୋଷଣା କରିଛି ।