ଓମିକ୍ରମକୁ ନେଇ ଗଜପତିରେ ହାଇଆଲର୍ଟ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସୀମାନ୍ତରେ ଥିବା ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାରେ ଓମିକ୍ରନ ମହାମାରୀ କିଛି ଦିନ ହେଲା ଦେଖାଦେଇ ଥିବାର ଜଣାପଡିଛି । ଏହି ଖବର ପ୍ରଚାର ହେବା ପରେ ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ହାଇଆଲର୍ଟରେ ଥିବାର ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଜଣାଇଛନ୍ତି । ଜିଲ୍ଲାପାଳ ସୂଚନା ଦେଇଛନ୍ତି ଯେ, ଆତଙ୍କିତ ନ ହୋଇ ନିୟମିତ ମାସ୍କପରିଧାନ କରିବା, ସାନିଟାଇଜର ବ୍ୟବହାର କରିବା, ସାମାଜିକ ସୁରକ୍ଷା ରକ୍ଷା କରିବା ପାଇଁ ସାଧାରଣଙ୍କୁ ଅନୁରୋଧ କରିଛନ୍ତି । ଏହା ସହ ସେ ଆହୁରି ସୁଚନା ଦେଇଛନ୍ତି ଯେ, ଗଜପତି ଜିଲ୍ଲା ଅଞ୍ଚଳର ବହୁ ଲୋକେ ଆନ୍ଧ୍ରପ୍ରଦେଶର ବିଭିନ୍ନ ସହର ଠାରେ ରହୁଛନ୍ତି । ଆଗକୁ ବଡ ଦିନ ଓନୂତନ ବର୍ଷ ଉତ୍ସବ ଉଦ୍ଦେଶ୍ୟରେ ରାଜ୍ୟ ବାହାରେ ରହୁଥିବା ପ୍ରବାସୀ ଓଡିଆମାନେ ଜିଲ୍ଲା ମଧ୍ୟକୁ ଆସିବେ । ତେଣୁ ନାକା ପଏଣ୍ଟ ଗୁଡିକ ଠାରେ କୋଭିଡ ପରୀକ୍ଷଣ କରାଯାଉଛି ଏବଂ ଏହାକୁ ଆହୁରି ଯୋରଦାର କରାଯିବ । ଏହା ସହ ଜିଲ୍ଲାରେ ଦୈନିକ ୧୦ହଜାରରୁ ଉର୍ଦ୍ଧ ଟୀକାକରଣ ପାଇଁ ଲକ୍ଷ୍ୟ ରଖାଯାଇ ଟୀକାକରଣ କରାଯାଉଛି । ହେଲେ ବର୍ଡର ବା ସୀମା ଗୁଡିକୁ ସିଲ କରାଯାଇନାହିଁ ବୋଲି ଭିଡିଓ ବାର୍ତ୍ତାରେ ସୂଚନା ପ୍ରଦାନ କରିଛନ୍ତି ।