ଓରାମ ସମାଜର ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଆଗାମୀ ଦିନରେ ସେଲ୍ ସହାୟତାରେ ରାଉରକେଲା ସ୍ଥିତ ଉଦିତନଗରର ପବିତ୍ର ସାରନା ଧର୍ମସ୍ଥଳର ଠାରେ ନୂଆ ଭବନ ନିର୍ମାଣ କରାଯିବ ବୋଲି ଓରାମ ସମାଜର ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପବିତ୍ର ସାରନା ପୂଜାସ୍ଥଳରେ ପୂଜାର୍ଚ୍ଚନା କରିବା ପରେ ଏହି ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ଯୋଗଦେଇ ପ୍ରଧାନ ଏହି ପବିତ୍ର ଧର୍ମସ୍ଥଳର ଜମିକୁ ରାଜ୍ୟ ସରକାରଙ୍କୁ ଫେରାଇ ଦେଇଥିବାରୁ ସେଲ୍କୁ ଧନ୍ୟବାଦ ଜଣାଇଥିଲେ । ସେହିପରି ରାଜ୍ୟ ସରକାର ମଧ୍ୟ ଏହି ଜମିକୁ ସାରନା ଧର୍ମାନୁଷ୍ଠାନ ନାମରେ ଯୋଗାଇ ଦେବା ପାଇଁ ବିଧିବଧ ନିଷ୍ପତି ନେଇଥିବାରୁ ଶ୍ରୀ ପ୍ରଧାନ ରାଜ୍ୟ ସରକାରଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ କହିଥିଲେ ଯେ ରାଉରକେଲା ଇସ୍ପାତ୍ କାରଖାନା ବର୍ତମାନ ପ୍ରାୟ ୫ ମିଲିୟନ ଟନ୍ ଇସ୍ପାତ୍ ଉତ୍ପାଦନ କରୁଥିବା ବେଳେ ଆଗାମୀ ଦିନରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଏହାକୁ ୧୦ ମିଲିୟନ ଟନ୍ କ୍ଷମତା ବିଶିଷ୍ଟ କରାଯିବାର ଲକ୍ଷ୍ୟ ରହିଛି