ଓରାଳିରେ କବିତା ସଂକଳନ ଉତ୍ସବ, ଶବ୍ଦ ସବାରୀରେ ଭାବ କନିଆଁ ଉନ୍ମୋଚିତ

ହାଟଡିହି, (ବିକାଶ ବିଶ୍ୱାଳ): ହାଟଡିହି ବ୍ଲକ ଓରାଳି ଠାରେ କବୟତ୍ରୀ ହାସ୍ୟମୟୀ ରାଜଙ୍କ କବିତା ସଂକଳନ ‘ଶଦ୍ଦ ସବାରୀରେ ଭାବ କନିଆଁ’ର ଶୁଭ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଯୋଗାଚାର୍ଯ୍ୟ ତଥା ବିଶିଷ୍ଟ ପ୍ରବଚକ ବାଇଧର ମୁନିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସଙ୍ଗୀତ ଏକାଡେମୀ ସଦସ୍ୟ ବିମଳ କୁମାର ଜେନା, ମୁଖ୍ୟବକ୍ତା ଭାବେ ସାହିତ୍ୟିକ ତଥା ବନ୍ତ ସାହିତ୍ୟ ଘରର ସଭାପତି ଗୋବିନ୍ଦ ଚନ୍ଦ୍ର ବାରିକ, ସମ୍ମାନୀତ ଅତିଥି ଭାବେ ଶିଶୁ ସାହିତ୍ୟିକ ରତ୍ନାକର ଦାସ, ହାଟଡିହି ସାହିତ୍ୟଘରର ସଭାପତି ଅନ୍ତର୍ଯ୍ୟାମୀ ରାଉତ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଅଲେଖ ଚନ୍ଦ୍ର ନାୟକ, ଭାଷ୍କର ଚନ୍ଦ୍ର ପାଢ଼ୀ, ବ୍ୟଙ୍ଗକବି ସୁବାସ ଚନ୍ଦ୍ର ପାତ୍ର, ଆନନ୍ଦ ଚନ୍ଦ୍ର ବେହେରା, ପିତାମ୍ବର ପାତ୍ର ପ୍ରମୁଖ ଯୋଗଦେଇ ସମାଜକୁ ନେଇ ଭାବଲୀଳ ଭାବରେ କବିତା ରଚନା କଲେ ସମାଜର ସାମାଜିକ ମୁଲ୍ୟବୋଧର ଉନ୍ନତି ଘଟିବ ବୋଲି ମତବ୍ୟକ୍ତ କରିବାସହ ଗ୍ରାମାଞ୍ଚଳରେ ସାହିତ୍ୟର ବିକାଶ ନିମନ୍ତେ ଏହିଭଳି ସାହିତ୍ୟ ଅନୁଷ୍ଠାନର ଗୁରୁତ୍ୱ ଅଛି ବୋଲି ମତପ୍ରକାଶ କରିଥିଲେ । ଶ୍ରୀକାନ୍ତ ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦିପ୍ତୀ ଦେବଦର୍ଶନୀ ସୁତାର, ରାଜୀବ ଲୋଚନ ସାହୁ, ରମାକାନ୍ତ ଜେନା, ନାରାୟଣ ଚନ୍ଦ୍ର ଲେଙ୍କା, ସୁଦାମ ଚରଣ ଜେନା, ମୁରଲୀଧର ବେହେରା, ପିତବାସ ପ୍ରଧାନ, ଅନନ୍ତ ବାରିକ, ବିଦ୍ୟୁତପ୍ରଭା ଦେଓ, ଦେବାଶିଷ ବାରିକ, ସୁରେନ୍ଦ୍ର ପରିଡା, ଭାଗବତ ସାହୁ, ନାରାୟଣ ସାହୁ, ହରେକୃଷ୍ଣ ସାମଲ, ରଞ୍ଜନ ପ୍ରଧାନ, ଗଜେନ୍ଦ୍ର ସେଠୀ, ରବିନ୍ଦ୍ର ଦାସ, ମୋହନ ମହାନ୍ତି, ସତ୍ୟ ସୁନ୍ଦର ପରିଡା, ଯାଜ୍ଞସେନୀ ବେହେରା, ପ୍ରମୁଖ ସ୍ୱରଚିତ କବିତାମାନ ଆବୃତ୍ତି କରିଥିଲେ । ଏହି ଅବସରରେ କବୟତ୍ରୀ ହାସ୍ୟମୟୀ ରାଜଙ୍କ ଲିଖିତ ‘ଶଦ୍ଦ ସବାରୀରେ ଭାବ କନିଆଁ’ ପୁସ୍ତକକୁ ଅତିଥି ମାନେ ଉନ୍ମୋଚନ କରିଥିଲେ । ପୁର୍ବତନ ସହଶିକ୍ଷା ଅଧିକାରୀ ବିନୋଦ କୁମାର ରାଉତ, ଗୌରାଙ୍ଗ ନାୟକ, ନଳିନୀ ମହାନ୍ତି, ପ୍ରଦୀପ ବିଶ୍ୱାଳ, ପ୍ରଭାକର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ