ଓରାଳି ଛକରୁ ନାମ ଫଳକ ଉଭାନ

ହାଟଡିହି,(ବିକାଶ ବିଶ୍ୱାଳ): କେନ୍ଦୁଝର ଜିଲ୍ଲାର ଆନନ୍ଦପୁର-ଭଦ୍ରକ ରାଜ୍ୟ ରାଜପଥର କାମ ସରିବାପରେ ପ୍ରତିଛକ ସ୍ଥାନ ମାନଙ୍କରେ ଏବେ ନାମ ଫଳକ ଲଗାଯାଇ ସେହି ସ୍ଥାନର ସୁଚନା ଦିଆଯାଇଛି । ଏହାଦ୍ୱାରା ଯେ କୌଣସି ଲୋକ କାହାକୁ ନପଚାରି ସୁଚନା ଫଳକକୁ ଦେଖି ନିଜର ଗନ୍ତବ୍ୟ ସ୍ଥାନକୁ ଯାଇ ପାରିବ । କିନ୍ତୁ ଆନନ୍ଦପୁର-ଭଦ୍ରକ ରାସ୍ତାର ଓରାଳି ଛକଟି ଏଏକ ଗୁରୁତ୍ୱପୁର୍ଣ୍ଣ ଛକ ଥିବାବେଳେ ଏଠାରେ କୌଣସି ନାମଫଳକ କିମ୍ବା ସୁଚନା ଫଳକ ଲଗାଯାଇ ନାହିଁ । ଏହି ଛକରେ ଓହ୍ଲାଇ ବସଯାତ୍ରୀ ମାନେ ଶାଳଣିଆଁ, ମୁଦୁଲିପଦା, ଓରାଳି, କଳିଗାଁ, ଅଁରା, ଜାମିତିରା, ଆପଣ୍ଡା ଆଦି ସ୍ଥାନକୁ ଯାଇଥାନ୍ତି । ମାତ୍ର ଏଠାରେ କୌଣସି ନାମ ଫଳକ ଳଗାଯାଇ ନଥିବାରୁ ଯାତ୍ରୀମାନେ ସୁଚନା ପାଇବାରେ ନାନା ଅସୁବିଧା ଭୋଗ କରୁଛନ୍ତି । ରାସ୍ତାକାମ କରୁଥିବା ଠିକାସଂସ୍ଥା ଏବେ ପ୍ରତି ଛକ ବଜାର ମାନଙ୍କରେ ସୁଚନା ଫଳକ ଲଗାଇଥିବାବେଳେ କଣପାଇଁ ଓରାଳି ଛକରେ ଲଗାଇଲା ନାହିଁ ତାହା ସମସ୍ତଙ୍କୁ ଆଶ୍ୱର୍ଯ୍ୟାନୀତ କରିଛି । ଯଦି ତୁରନ୍ତ ଏଠାରେ ସୁଚନା ଫଳକ ନଲଗାଯାଏ ତେବେ ଓରାଳି ଗ୍ରାମବାସୀଙ୍କ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସରପଞ୍ଚ ମମତାରାଣୀ ଜେନା, ନିତ୍ୟାନନ୍ଦ ମହାପାତ୍ର, ପର୍ଶୁରାମ ରାଉତ, ସୁଧାଶୁଂଦକ୍ଷିଣରାୟ, ବୁବୁ ପଟ୍ଟନାୟକ, ଅରୁଣ ପ୍ରଧାନ, ଫକିର ରାଉତ, ହରିଶ୍ଚନ୍ଦ୍ର ଜେନା, ରିଙ୍କୁ ପ୍ରୀୟରଞ୍ଜନ ଦାସ, ମାଳଗୋବିନ୍ଦ ଜେନା, ତିଳୋତ୍ତମା ନାୟକ ପ୍ରମୁଖ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ