ଓରାଳି ଛକରେ ସୀମା ବିବାଦକୁ ନେଇ ଓରାଳି ଓ ଆପଣ୍ଡା ଗାଁ ମଧ୍ୟରେ ସଂଘର୍ଷ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଆନ୍ଦପୁର ଭଦ୍ରକ ରାସ୍ତାର ଓରାଳି ଛକରେ ସୀମା ବିବାଦକୁ ନେଇ ଦୁଇ ଗ୍ରାମ ମଧ୍ୟରେ ସଂଘର୍ଷ ଘଟିଛି । ଏଥିରେ ୧୦ରୁ ଉର୍ଦ୍ଧ ଆହତ ହୋଇଥିବାବେଳେ ଦୁଇଟି କାରରେ ନିଆଁ ଲଗାଇ ଦେଇଛନ୍ତି । ଘଟଣାସ୍ଥଳରେ ବନ୍ତ ଥାନା ପୁଲିସ ଉପସ୍ଥିତ ଥିଲେବି ସଂଘର୍ଷକୁ ରୋକାଯାଇ ପାରି ନାହିଁ । ସୁଚନାରୁ ଜଣାଯାଇଛି ଯେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର-ଭଦ୍ରକ ରାସ୍ତାର ଓରାଳି ଛକକୁ ନେଇ ଓରାଳି ଓ ଭଦ୍ରକ ଜିଲ୍ଲା ଆପଣ୍ଡା ମଧ୍ୟରେ ବିବାଦ ଦେଖା ଦେଇଛି । କେଉଁ ଆବାହମାନ କାଳରୁ ଏହି ଛକଟି ଓରାଳି ଛକ ନାମରେ ନାମକରଣ ହୋଇଥିବାବେଳେ ଏବେ ଭଦ୍ରକ ଜିଲ୍ଲାର ଆପଣ୍ଡା ଗ୍ରାମର ଲୋକମାନେ ଏହା ଆପଣ୍ଡା ଗ୍ରାମର ରାଜସ୍ୱ ସୀମାରେ ଥିବାରୁ ଏହାକୁ ଆପଣ୍ଡା ଛକ ଭାବରେ ନାମକରଣ କରାଯିବାକୁ ଦାବି କରି ଆସୁଥିଲେ । ଯାହାକୁ ନେଇ ଉଭୟ ଗ୍ରାମରେ ଉତ୍ତେଜନା ମୁଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏନେଇ ଗତ ତିନିଦିନ ତଳେ ଓରାଳି ରାମନବମୀ ପଡିଆରେ ୭ଟି ପଞ୍ଚାୟତର ଲୋକ ପ୍ରତିନିଧିଙ୍କ ସହିତ ଓରାଳି ଗ୍ରାମର କିଛି ଲୋକ ଏକଯୁଟ ହୋଇ ଏହାର ଦୃଢ଼ ପ୍ରତିବାଦ କରିବା ସହିତ ତୁରନ୍ତ ଉଭୟ ଜିଲ୍ଲାର ପ୍ରଶାସନ ଏଥିରେ ହସ୍ତକ୍ଷେପ କରିବାକୁ ସେମାନେ ଦାବି କରିଥିଲେ । ଆଜି ଆପଣ୍ଡା ଗ୍ରାମ ପକ୍ଷରୁ ସେହି ଛକରେ ଆପଣ୍ଡା ଛକ ଲେଖାଥିବା ନାମ ଫଳକ ଲଗାଉଥିବାବେଳେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ