ଓରାଳି ଛକ ନାମକରଣକୁ ନେଇ ବିବାଦ ଘଟଣାରେ ଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

ହାଟଡ଼ିହି, (ବିକାଶ ବିଶ୍ୱାଳ): ଆନନ୍ଦପୁର-ଭଦ୍ରକ ରାସ୍ତାର ଓରାଳି ଛକ ନାମକରଣକୁ ନେଇ ଭଦ୍ରକ ଜିଲ୍ଲା ଆପଣ୍ଡା ଓ କେନ୍ଦୁଝର ଜିଲ୍ଲା ଓରାଳି ଗ୍ରାମ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ନିମନ୍ତେ ଅନୁରୋଧ କରିଛନ୍ତି ଓରାଳି ଗ୍ରାମବାସୀ । ଆଜି ବରିଷ୍ଠ ବିଜେପି ନେତା ଆଲୋକ ସେଠୀଙ୍କ ନେତୃତ୍ୱରେ ଗ୍ରାମର ଏକ ପ୍ରତିନିଧି ଦଳ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କୁ ଭେଟି ଆଲୋଚନା କରିବା ସହିତ ଏହି ବିବାଦର କିପରି ଆଶୁ ସମାଧାନ ହୋଇପାରିବ ସେନେଇ ଆବଶ୍ୟକ ପଦକ୍ଷେପ ନେବାକୁ ସେମାନେ ନିବେଦନ କରିଛନ୍ତି । ଓରାଳି ଛକରୁ ଓରାଳି ଗ୍ରାମର ଦୁରତା ମାତ୍ର ୧୫୦ମିଟର ହୋଇଥିବାବେଳେ ଆପଣ୍ଡା ଗ୍ରାମରୁ ଏହାର ଦୁରତା ଦେଢ଼ କିଲୋମିଟର । ଏହି ଓରାଳି ଛକ ଉପରେ ହାଟଡିହି ବ୍ଲକର ନିର୍ଭରଶୀଳତା ଓ ଗୁରୁତ୍ୱ ଦୃଷ୍ଟିରୁ କେଉଁ ଆବାହମାନ କାଳରୁ ଏହା ଜନମୁଖରେ ଓରାଳି ଛକ ଭାବେ ବିଦିତ ହୋଇ ଆସିଛି । ଏଠାରେ ସମସ୍ତ ସରକାରୀ ସ୍ଥାପିତ ଫଳକରେ ଓରାଳି ଛକ ଉଲେଖ ରହିଛି । ଓରାଳି ପଞ୍ଚାୟତ ପକ୍ଷରୁ ଏଠାରେ ନିର୍ମାଣ କରାଯାଇଥିବା ଯାତ୍ରୀ ଆଶ୍ରୟସ୍ଥଳଟି ଉପରେ କେବଳ ଓରାଳି କି କେନ୍ଦୁଝର ଜିଲ୍ଲାର ଲୋକମାନେ ବସାଉଠା କରୁନଥିଲେ । ସେଠାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଯେଉଁ ଯାତ୍ରୀ ବସକୁ ଅପେକ୍ଷା କରିଥାଏ ସେମାନେ ଏଠାରେ ବସାଉଠା କରିଥାନ୍ତି । କିନ୍ତୁ ଦୁଖର ବିଷୟ ଯେ କିଛି ନ୍ୟସ୍ତସ୍ୱାର୍ଥ ଲୋକ କୁ ଚକ୍ରାନ୍ତ କରି ଉଭୟ ଗ୍ରାମ ମଧ୍ୟରେ ଉତ୍ତେଜନା ସୃଷ୍ଟି କରାଇବା ସହିତ ଛକରେଥିବା ପୁର୍ବର ସରକାରୀ ଫଳକୁ ଭାଙ୍ଗି ଏକ ନୁତନ ଛକର ନାମକରଣ ଥବବା ଫଳକ ମାରିବାର ଉଦ୍ୟମରୁ ଏଠାରେ ଉତ୍ତେଜନା ଦେଖାଦେବା ସହିତ ଗୋଷ୍ଠୀ ସଂଘର୍ଷ ସୃଷ୍ଟି ହୋଇ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ଲୁଟତରାଜ ଓ ଜଳାପୋଡା ହୋଇଛି ବୋଲି ସ୍ମାରକପତ୍ରରେ ଉଲେଖ କରିଛନ୍ତି । ଏହି ପ୍ରତିନିଧି ଦଳରେ ଓରାଳି ଗ୍ରାମର ଶଶିକାନ୍ତ ରାଉତ, ଗୋଲକ ପୁହାଣ, ବିଜୟ ଖଣ୍ଡେଇ, ମନୋଜ ବେହେରା, ଉମାକାନ୍ତ ଜେନା ପ୍ରମୁଖ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ