ଓରାଳି ଠାରେ ବ୍ଲକ ସ୍ତରୀୟ ଜନଜାତି କ୍ରୀଡା ଓ ସାଂସ୍କୃତିକ ସମାରୋହ ଉଦଘାଟିତ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ବ୍ଲକ ଓରାଳି ଠାରେ ବ୍ଲକ ସ୍ତରୀୟ ଜନଜାତି କ୍ରୀଡା ଓ ସାଂସ୍କୃତିକ ସମାରୋହ ଉଦଘାଟିତ ହୋଇଯାଇଛି। ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ଅୟୋଜିତ ଏହି କାର୍ଯ୍ୟକ୍ରମକୁ ହାଟଡ଼ିହି ବ୍ଲକର ବିଡ଼ିଓ ସୌମ୍ୟଶ୍ରୀ ପାଣିଗ୍ରାହୀ ଏବଂ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆଦିବାସୀ ଉନ୍ନୟନ ସଂସ୍ଥା ର ଉପାଧ୍ୟକ୍ଷ ନରଣ ପୂର୍ତ୍ତୀ, ରାଜ୍ୟ ଛାତ୍ର ବିଜେଡି ସାଧାରଣ ସମ୍ପାଦକ ଅମରେନ୍ଦ୍ର ଧଳ, ଯୁବ ସମାଜସେବୀ ଅଭୀମନ୍ୟୁ ସେଠୀ, ଓରାଳି ପଞ୍ଚାୟତର ସରପଞ୍ଚ ହରିଶ୍ଚନ୍ଦ୍ର ଜେନା ଓ ଅଁରା ପଞ୍ଚାୟତର ସରପଞ୍ଚ ପ୍ରତିନିଧି ବିଶ୍ୱନାଥ ବେହେରା, ଆଦିବାସୀ ଉନ୍ନୟନ ସଂସ୍ଥା ର ବ୍ଲକ ସଦସ୍ୟ ଦୁର୍ଯ୍ୟୋଧନ ନାଏକ ପ୍ରମୁଖ ଯୋଗଦେଇଥିଲେ। ଏହି କ୍ରୀଡା ସମାରୋହରେ ହାଟଡ଼ିହି ବ୍ଲକର ଅନ୍ଧାରୀ, ବୀଣାପାଟିଆ, ହରଡ଼ବାଡ଼ି, ମଧୁବନ, ଜାବିନିପୁର, ଅସିଆ, ପୁରୁଣାପାଣି, ନୁଟିଆ, ମଲିପଶି, ବଣିଆପଙ୍କ, ଟିଲଗଡ଼ିଆ, ରଗୁଡ଼ିଆ, ଯେଉଠବାହାଳି, ମାଙ୍କଡ଼ମୁଣ୍ଡିଆ ପ୍ରଭୃତି ଗ୍ରାମର ୨୦ରୁ ଉର୍ଦ୍ଧ ଫୁଟବଲ ଦଳ ଯୋଗଦେଇ ନିଜ ନିଜର ପାରଦର୍ଶିତା ପ୍ରତିପାଦିତ କରୁଛନ୍ତି। ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ସମାରୋହରେ ବ୍ଲକ ମଙ୍ଗଳ ଅଧିକାରୀ ଆକାଶ କୁମାର ଜେନା ସଂଯୋଜନା କରୁଛନ୍ତି।


