ଓରାଳି ପଞ୍ଚାୟତରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଓରାଳି ପଞ୍ଚାୟତରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଗ୍ରାମବାସୀମାନେ ଅଭିଯୋଗ କରି ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କ ଅଭିଯୋଗ ଯେ ଓରାଳି ପଞ୍ଚାୟତରେ ହେଉଥିବା ଉନ୍ନୟନ ମୁଳକ କାର୍ଯ୍ୟରେ କୌଣସି ସୁଚନା ଫଳକ ଲଗାଯାଉନାହିଁ । ଫଳରେ କେଉଁ ପ୍ରକଳ୍ପରେ କେତେ ଟଙ୍କାର କାମ ଅନୁଦାନ ଆସିଛି ତାହା ସାଧାରଣ ଲୋକେ ଜାଣିପାରୁ ନାହାନ୍ତି । ଓରାଳି ୟୁପି ସ୍କୁଲ ପୋଖରୀ ଓ ନନ୍ଦିପଦା ସିସି ରୋଡର ଅଟକଳ ମୁଲ୍ୟ କେତେ ଟଙ୍କା ଓ କେତେ ଟଙ୍କା ବିଲ୍ କରାଯାଇ ପେମେଣ୍ଟ କରାଯାଇଛି ତାହାର ତଥ୍ୟ ଦିଆଯାଉ ବୋଲି ଗ୍ରାମବାସୀମାନେ ବିଡିଓଙ୍କ ନିକଟରେ ଦାବି କରିଛନ୍ତି । ସେହିପରି ପଞ୍ଚାୟତରେ କୌଣସି ପଲ୍ଲୀସଭା କିମ୍ବା ଗ୍ରାମସଭା କରାଯାଉ ନାହିଁ, ପଞ୍ଚାୟତରେ ଅନେକ ଅଯୋଗ୍ୟ ହିତାଧିକାରୀଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରାଯାଉଥିବାବେଳେ ପ୍ରକୃତ ହିତାଧିକାରୀଙ୍କୁ ବାଦ ଦିଆଯାଉଛି ବୋଲି ସଞ୍ଜୟ କୁମାର ପଟ୍ଟନାୟକ, ରମେଶ ଚନ୍ଦ୍ର ବାରିକ, ପଦ୍ମନାଭ ସେଠୀ, ଗିରିଜା ଶଙ୍କର ମହାନ୍ତ, ଶ୍ୟାମ ଟୁଡୁ, ମଧୁସୁଦନ ନାୟକ, ମନୋଜ ବେହେରା ପ୍ରମୁଖ ଅଭିଯୋଗ କରିଛନ୍ତି । ଏହାର ବିଧିବଦ୍ଧ ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ