ଓରାଳି ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଓରାଳି ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସ୍ଥାନୀୟ ସରକାରୀ ଉପ୍ରା ବିଦ୍ୟାଳୟ ଠାରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଡ. ଆଶୁଶ୍ରୀ ପଟ୍ଟନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଫାର୍ମାସିଷ୍ଟ ନିର୍ମଳ ଚନ୍ଦ୍ର ସାହୁ, ସ୍ୱାସ୍ଥ୍ୟକର୍ମୀ ରତିକାନ୍ତ ପଣ୍ଡା, ଡାକ୍ତରଖାନା କର୍ମଚାରୀ ନବୀନ ଚନ୍ଦ୍ର ମାଝୀ, ଚିନ୍ତାମଣୀ ଘଡେଇ, ରାଜେନ୍ଦ୍ର ଜେନା, ସଂଗ୍ରାମ ଜେନା ପ୍ରମୁଖ ଉପସ୍ଥିତ ରହି ବିଦ୍ୟାଳୟ ପରିସରକୁ ସଫା ସୁତୁରା କରିବା ସହ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ସ୍ୱଚ୍ଛତା ହିଁ ସେବାସମ୍ପର୍କରେ ସଚେତନ କରାଇଥିଲେ । ଛାତ୍ରଛାତ୍ରୀମାନେ ପ୍ରଥମେ ନିଜ ଘର ଓ ଚତୁଃପାଶ୍ୱର୍ କୁ ସଫା ରଖିବା ସହିତ ନିଜ ବିଦ୍ୟାଳୟକୁ ସଫା ରଖିବାପାଇଁ ସପଥ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ