ଓରାଳୀ ଛକରେ ସୀମା ବିବାଦକୁ ନେଇ ଭଙ୍ଗାରୁଜା ଓ ପୋଡାଜଳା ଘଟଣା
ବନ୍ତ, (ଚାନ୍ଦିନୀ ମହାନ୍ତି):ଭଦ୍ରକ-ଆନନ୍ଦପୁର ୫୩ଂନ. ରାଜ୍ୟ ରାଜପଥ ତଥା ଭଦ୍ରକ ଓ କେନ୍ଦୁଝର ସୀମାବର୍ତ୍ତୀ ଓରାଳୀ ଛକରେ ଶନିବାର ରାତିରେ ଆପଣ୍ଡା ଓ ଓରାଳୀ ଗ୍ରାମର ସୀମା ବିବାଦକୁ ନେଇ ବ୍ୟାପକ ଭଙ୍ଗାରୁଜା ଓ ପୋଡାଜଳା ଘଟଣାରେ ସୋମବାର ବନ୍ତ ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଓରାଳୀ ଗ୍ରାମର ଭୀମସେନ ଜେନାଙ୍କ ଅଭିଯୋଗ କ୍ରମେ ପୋଲିସ ୫୫/୨୩ ମୂଳେ ମାମଲା ରୁଜ୍ଜୁ କରି ଆପଣ୍ଡା ଗ୍ରାମର କୋଦଣ୍ଡଧର ଜେନା, ପ୍ରଶାନ୍ତ କୁମାର ସାହୁ, ସୁଶାନ୍ତ କୁମାର ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ରବିବାର ଏହି ଘଟଣାରେ କେସ ନଂ-୫୪/୨୩ ମୂଳେ ପୋଲିସ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହାକୁ ମିଶାଇ ଆଜି ସୁଦ୍ଧା ପୋଲିସ ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଘଟଣା ସ୍ଥଳରେ ୧୪୪ ଧାରା ଜାରି ରହିଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣାଧିନ ଥିବା ସୂଚନା ମିଳିଛି ।