ଓରିଶା ଟୁଡ଼େର ୧୯ତମ ବାର୍ଷିକ ଉତ୍ସବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶାର ପ୍ରାକୃତିକ ସମ୍ପଦ ଓ ପର୍ଯ୍ୟଟନ ଭିତ୍ତିଭୂମି ପ୍ରତି ଅଧିକ ଗୁରୁତ୍ୱ ଦିଆଗଲେ ରାଜ୍ୟର ଅର୍ଥନୀତିରେ ବିକାଶ ହୋଇପାରିବ ବୋଲି ବକ୍ତାମାନେ ମତବ୍ୟକ୍ତ କରିିଛନ୍ତି । ବୁଧବାର ଭୁବନେଶ୍ୱରଠାରେ ଦୈନିକ ଇଂରାଜୀ ଖବରକାଗଜ ‘ଓରିଶା ଟୁଡ଼େ’ର ୧୯ତମ ବାର୍ଷିକ ଉତ୍ସବ ଅବସରରେ ଓଡ଼ିଶାର ପର୍ଯ୍ୟଟନ ବର୍ତ୍ତମାନ ଓ ଭବିଷ୍ୟତ ସମ୍ପର୍କିତ ଆଲୋଚନଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉଦ୍‌ଘାଟକ ଭାବେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ଯୋଗଦେଇ କହିଲେ ଯେ, ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ର ଆଗକୁ ବଢିଛି । ସରକାର କ୍ଷୁଦ୍ର ପତ୍ରପତ୍ରିକାକୁ ବିଜ୍ଞାପନ ଦେବା କ୍ଷେତ୍ରରେ ସହଯୋଗ କରିବା ଆବଶ୍ୟକ ବୋଲି ମତ ଦେଇଥିଲେ ।
ମୁଖ୍ୟଅତିଥି ଭାବେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଯୋଗଦେଇ କହିଲେ ଯେ, ଓଡ଼ଶାର ପର୍ଯ୍ୟଟନ ବିକାଶ ଓ ବସ୍ତାର ପାଇଁ ସମ୍ବାଦପତ୍ରର ଭୂମିକା ଗୁରୁତ୍ୱପୂର୍ଣ୍ଣ । କାରଣ ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶାର ଭିତ୍ତିଭୂମି ଅନେକ ରହିଛି । ତାହା ସମ୍ବାଦପତ୍ର ମାଧ୍ୟମରେ ଲୋକଲୋଚନକୁ ଆସିପାରିଲେ ପର୍ଯ୍ୟଟନ ଶିଳ୍ପର ଅଧିକ ବିକାଶ ହେବ । ବିଶେଷକରି ‘ରିଭର ପର୍ଯ୍ୟଟନ ଇକୋଟୁରିଜିମ୍‌’ ‘ଟେମ୍ପୁଲ ଟୁରିଜିିମ’କୁ ସରକାର ଅଧିକ ଧ୍ୟାନ ଦେବା ଆବଶ୍ୟକ । ମହାନଦୀର ଉଦାହରଣ ଦେଇ ଶ୍ରୀ କାନୁନଗୋ କହିଲେ ଯେ, ଅମରକଣ୍ଟା ଠାରୁ ବଙ୍ଗୋପସାଗର ପର୍ଯ୍ୟନ୍ତ ମହାନଦୀର ଅବବାହିକାରେ ପର୍ଯ୍ୟଟନ ଭିତ୍ତିଭୂମି କରାଯିବାର ଆବଶ୍ୟକତା ରହିଛି ।ଭି. ରାଜେନ୍ଦ୍ର ରାଜୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ‘ଓରିଶା ଟୁଡ଼େ’ର ସମ୍ପାଦକ ଅବିନାଶ ମିଶ୍ର ବିବରଣୀ ପାଠ କରିଥିଲେ । ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଯୋଗଦେଇ ସରକାର କ୍ଷୁଦ୍ର ଓ ମଧ୍ୟମ ପତ୍ରପତ୍ରିକାକୁ ବିଜ୍ଞାପନ ପ୍ରଦାନ କ୍ଷେତ୍ରରେ ସହଯୋଗ କରିବା ଉଚିତ ବୋଲି ମତ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଓଡ଼ିଶା ପତ୍ରକାର ସଂଘର ପ୍ରତିଷ୍ଠାତା ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ସାହୁ ଯୋଗ ଦେଇଥିବା ବେଳେ ପତ୍ରକାର ସଂଘର ସାଧାରଣ ସମ୍ପାଦକ ରାମଦାସ ଲିମା ସ୍ୱାଗତ ଭାଷଣ ଦେଇଥିଲେ । ହରପ୍ରସାଦ ଦାସ ଧନ୍ୟବାଦ ଦେଇଥିବା ବେଳେ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଧୃତିଧର ଦାସ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଅବଦାନ ପାଇଁ ପ୍ରତିଭାଧାରୀ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ