ଓଲଟପୁର ଆରୋଗ୍ୟ ଭବନରେ ରକ୍ତଦାନ ଶିବିର

କଟକ, (ଯୁଗାବ୍ଦ ନ୍ୟୁଜ) : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସେବା ବିଭାଗ ଉତ୍କଳ ବିପନ୍ନ ସହାୟତା ସମିତି ଦ୍ୱାରା ପରିଚାଳିତ ଶୁଶୃତ ସ୍ୱାସ୍ଥ୍ୟ ସହାୟତା କେନ୍ଦ୍ର, ଓଲଟପୁର ଆରୋଗ୍ୟ ଭବନ ଠାରେ ପବିତ୍ର ବିବେକାନନ୍ଦ ଜୟନ୍ତୀ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଅଛି । ଏଥିରେ ନିରତାର ନିର୍ଦ୍ଦେଶକ ଡାକ୍ତର ପତିତପାବନ ମହାନ୍ତି ମୁଖ୍ୟଅତିଥି ରୂପେ ଯୋଗ ଦେଇଥିବା ବେଳେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରାନ୍ତ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀମାନ ସୀମାଂଚଳ ଖଟୁଆ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ରେଡକ୍ରସ କଟକର ଅଧିକାରୀ, ଶୁଶୃତ ଓଲଟପୁର ଏବଂ ନିରତାର ଭାଇମାନଙ୍କ ଦ୍ୱାରା ପରିଚାଳନା କରାଯାଇଥିଲା । ଏଥିରେ ନିରତାର ନିର୍ଦ୍ଦେଶକ ଡାକ୍ତର ମହାନ୍ତି ମହୋଦୟ ସର୍ବପ୍ରଥମେ ନିଜେ ରକ୍ତଦାନ କରି ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇଥିଲେ । କରୋନାର କରାଳ ତାଣ୍ଡବ ସମୟରେ ମଧ୍ୟ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ୩୯ ଜଣ ରକ୍ତଦାତା ଏହି ଶିବିରରେ ନିଜର ରକ୍ତଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ