ଓଲଟିଲା ଆମ୍ବୁଲାନସ, ଅଳ୍ପକେ ରକ୍ଷା ପାଇଲେ ଚାଳକ
ହାଟଡିହିି, (ବିକାଶ ବିଶ୍ୱାଳ):ରୋଗୀ ଆଣିବାକୁ ଆଗରପଡାରୁ ଛୁଆଳିଆ ଗାଁକୁ ଯାଉଥିବା ଆମ୍ବୁଲାନସ ଟି ମୁଣ୍ଡକାଟି ନିକଟରେ ଓଲଟି ପଡିଥିବାବେଳେ ଚାଳକ ଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୁଚନାରୁ ଜଣାଯାଇଛି ଯେ ଆଜି ଭୋର ସମୟରେ ଜଣେ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନା ନେବାପାଇଁ ଆଗରପଡାରୁ ଏକ ଆମ୍ବୁଲାନସ ଛୁଆଳିଆ ଗାଁକୁ ଯାଉଥିଲା । ମାତ୍ର ଗାଡି ଚାଳକଙ୍କ ଅସାବଧାନତାରୁ ଆମ୍ବୁଲାନସ ଟି ମୁଣ୍ଡକାଟି ଗାଁ ନିକଟରେ ରାସ୍ତା ତଳକୁ ଓଲଟି ପଡିଥିଲା । ଚାଳକ ଜଣକ ଅଳ୍ପକେ ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ । ପରେ ସ୍ଥାନୀୟ ଲୋକଙ୍କ ସଯୋଗରେ ଆମ୍ବୁଲାନସଟିକୁ ଉଠାଯାଇଥିବା ଜଣାଯାଇଛି ।


