ଓଲଟିଲା ଚାଉଳ ବୋଝେଇ ଟ୍ରକ
ଛତ୍ରପୁର, (ଦେବଦତ୍ତ ମହାରଣା):ଚମାଖଣ୍ଡି ଥାନା ଅନ୍ତର୍ଗତ ଚମାଖଣ୍ଡି ଛକ ଠାରେ ଏକ ଚାଉଳ ବୋଝେଇ ଟ୍ରକ ଓଲଟି ପଡିଛି l ଫଳରେ ଡ୍ରାଇଭର ଜଣକ ଗୁରୁତର ଆହତ ହୋଇଛନ୍ତି l ସୂଚନା ମୁତାବକ ଭୁବନେଶ୍ୱର ପଟୁ ଆନ୍ଧ୍ରା ଅଭିମୁଖେ ଯାଉଥିବା ଏପି ୦୫ ୬୬୧୧ ନମ୍ବର ବିଶିଷ୍ଠ ଏକ ଚାଉଳ ବୋଝେଇ ଟ୍ରକ ଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟି ପଡିବା ଫଳରେ ଡ୍ରାଇଭର ଜଣକ ଗୁରୁତର ଆହତ ହୋଇଛନ୍ତି l ହାଇୱେ ପେଟ୍ରୋଲିଙ୍ଗ ଗାଡି ଘଟଣା ସ୍ଥଳରେ ପହଂଚି ଗୁରୁତର ଆହତ ହୋଇଥିବା ଡ୍ରାଇଭର ଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲ ରେ ଭର୍ତି କରିଛି l ଚମାଖଣ୍ଡି ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି