ଓଲଟିଲା ପ୍ରବାସୀ ବସ୍‌ : ଚାରି ଗୁରୁତର

ଜଳେଶ୍ବର : କରୋନା ପାଇଁ ସାରା ଦେଶରେ ଲାଗୁ ରହିଛି ଲକ୍‌ ଡାଉନ୍‌ । ଏବେ ଦେଶରେ ଲକ୍‌ ଡାଉନ୍‌ ୪.୦ ଜାରି ରହିଥିବାବେଳେ ଏବେ ଯାତାୟତକୁ ସର୍ତ୍ତମୂଳକ ଅନୁମତି ମିଳିଛି । ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ଶ୍ରମିକମାନେ ନିଜ ନିଜ ରାଜ୍ୟକୁ ବାହୁଡିଛନ୍ତି । କିନ୍ତୁ ଏହି ଫେରିବା ବାଟରେ ବହୁ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଆଜି ପୁଣି ପ୍ରବାସୀ ଶ୍ରମିକଙ୍କ ବସ୍‌ ଓଲଟିଥିବାର ଖବର ଆସିଛି । ଲକ୍ଷ୍ମଣନାଥ ଗେଟ୍‌ ପାଖରେ ଭାରସାମ୍ୟ ହରାଇ ବସ୍‌ ଓଲଟି ପଡିଛି । ପ୍ରବାସୀ ଶ୍ରମିକଙ୍କ ବସ୍‌ ଓଲଟି ଚାରି ଗୁରୁତର, ବର୍ତ୍ତିଲେ ୪୬ । ବସ୍‌ଟି କେରଳରୁ ୫୦ ଶ୍ରମିକଙ୍କୁ ଧରି କୋଲକାତା ଯାଉଥିଲା । ଚାରି ଗୁରୁତରଙ୍କୁ ଜଳେଶ୍ବର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କଲା ପୋଲିସ୍‌ । ଅଗ୍ନିଶମ ବାହିନୀ ଦ୍ବାରା ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ