ଓଲଟିଲା ବହି ବୋଝେଇ ଟ୍ରକ

ଦଶପଲ୍ଲା(ଜୁଗାବ୍ଦ ନ୍ୟୁଜ୍‍): ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥର ସ୍ଥାନୀୟ ଖମାରସାହି ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଏକ ବହି ବୋଝେଇ ଟ୍ରକ୍ । ଆଜି ଭୋର ୫ଟାରୁ (ଓଆର୍ ୦୫ ଏକିୟୁ ୧୨୭୫) ଟ୍ରକଟି କଟକରୁ ବଲାଙ୍ଗୀର ଯାଉଥିବା ବେଳେ ଏକ ବାଇକ୍କୁ ଅତିକ୍ରମ କରିବାକୁ ଯାଇ ଭାରସାମ୍ୟ ହରାଇ ରାସ୍ତା ପାଶ୍ୱର୍କୁ ଓଲଟି ପଡିଥିଲା । ଗାଡି ଡ୍ରାଇଭର ଓ ଅନ୍ୟ ଜଣେ ବ୍ୟକ୍ତି ଆହତ ହୋଇଥିବାରୁ ସେମାନଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଦୁର୍ଘଟଣା ପରେ କିଛି ବ୍ୟକ୍ତି ଗାଡିରୁ ଅନେକ ବହି ଚୋରି କରି ନେଇଥିବା ଜଣାପଡିଛି । ଏସବୁ ବିଭିନ୍ନ ଗପବହି ହୋଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ