ଓଲଟିଲା ଯାତ୍ରୀବାହୀ ଅଟୋ, ୨ ଗୁରୁତର

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଶୁକ୍ରବାର ଅପରାହ୍ନରେ ହିଞ୍ଜିଳି ଥାନା ରଙ୍ଗୁଣିପଲ୍ଲୀ ଗ୍ରାମ ନିକଟରେ ଏକ ଯାତ୍ରୀବାହୀ ଅଟୋ(ଓଡ଼ି୦୭ଇ୮୯୯୭) ଭାରସାମ୍ୟ ହରାଇ ରାସ୍ତା ପ୍ୱାଶ୍ୱର୍କୁ ଓଲଟି ପଡ଼ିବାରୁ ଚାଳକ ସମେତ ଅନ୍ୟ ଜଣେ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଆହତ ଜଣକ ଅଟୋ ଚାଳକ ହିଞ୍ଜିଳି ଥାନା ସାପୁଆପଲ୍ଲୀ ଗ୍ରାମର ପଂଚାନନ ସେଠି (୨୮) ଓ ଯାତ୍ରୀ ଜଣକ ଗୋଳନ୍ଥରା ଥାନା ଇନ୍ଦ୍ରାକ୍ଷୀ ଗ୍ରାମର ମନୋରଂଜନ ସାହୁ(୫୦) । ସ୍ଥାନୀୟ ଲୋକେ ଆହତ ଦ୍ୱୟଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତି କରିଥିଲେ । ଚାଳକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଡ଼ାକ୍ତରଙ୍କ ସୁତ୍ରରୁ ପ୍ରକାଶ । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପଂହଚି ଅଟୋକୁ ଜବତ କରି ଘଟଣାର ତଦନ୍ତ କରୁଛି । ପ୍ରକାଶ ଯେ, ଯାତ୍ରୀବାହୀ ଅଟୋଟି କୁରୁଳା ଠାରୁ ଇନ୍ଦ୍ରାକ୍ଷୀ ଅଭିମୁଖେ ଯାଉଥିବା ବେଳେ ରଙ୍ଗୁଣିପଲ୍ଲୀ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପ୍ୱାଶ୍ୱର୍କୁ ଓଲଟି ପଡ଼ିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ