ଓଲଟିଲା ଟମାଟ ବୋଝେଇ ଟ୍ରକ୍, ବୋହିନେଲ ଲୋକେ
ବ୍ରହ୍ମପୁର (ରାଜେଶ କୁମାର ପଟ୍ଟନାୟକ): ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା ଥାନା ଅଞ୍ଚଳରେ ଏକ ଟମାଟ ବୋଝେଇ ଟ୍ରକ୍ ଓଲଟି ପଡ଼ିଥିବା ଜଣାଯାଇଛି। ଆଜି ଭୋର ସମୟରେ ଏକ ଟମାଟୋ ବୋଝେଇ ଟ୍ରକ୍ (ଏନ୍ ଏଲ୍ ୦୧ ଏସି-୮୬୮୧) ବ୍ରହ୍ମପୁର ଠାରୁ ଆନ୍ଧ୍ର ପ୍ରଦେଶ ଅଭିମୁଖେ ଯାଉଥିଲା। କନିସି ବସଷ୍ଟାଣ୍ଡ ନିକଟରେ ଟମାଟୋ ବୋଝେଇ ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏହାଫଳରେ ସେଥିରେ ଥିବା ଟମାଟୋ ତଳେ ଏଣେ ତେଣେ ପଡ଼ି ଯାଇଥିଲା। ଏହାପରେ ସ୍ଥାନୀୟ ଲୋକେ ମନଖୁସି ରେ ଟମାଟୋ ବୋହି ନେଇଯାଉଥିବାର ଦେଖିବାକୁ ମିଳିଥିଲା। ତେବେ ଘଟଣାସ୍ଥଳରୁ ଟ୍ରକର ଡ୍ରାଇଭର୍ ଏବଂ ହେଲପର୍ ଫେରାର୍ ହୋଇଯାଇଛନ୍ତି । ଖବର ପାଇ ଗୋଳନ୍ଥରା ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଟ୍ରକକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି । ଏବେ ଟମାଟୋ କିଲୋଗ୍ରାମ୍ ପିଛା ୬୦ରୁ ୭୦ ଟଙ୍କା ଯାଏଁ ବିକ୍ରି ହେଉଥିବା ହେତୁ ଏହି ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ତେବେ ଏହି ଟ୍ରକରେ କେତେ ପରିମାଣର ଟମାଟୋ ଥିଲା ତାହା ଜଣାପଡ଼ିନାହିଁ।