ଓଲଡା ହେଲା ନବଜାତ ଶିଶୁ କନ୍ୟା ପୋଖରୀ ହୁଡ଼ାରୁ ଉଦ୍ଧାର ପରେ ଚିକିତ୍ସା ଜାରୀ
କରଞ୍ଜିଆ,(ଜିତେନ୍ଦ୍ର ରାଜ):ଓଲଡା ହେଲା ନବଜାତ ଶିଶୁକନ୍ୟା ପୋଖରୀ ହୁଡ଼ାରୁ ନବଜାତ ଶିଶୁକନ୍ୟାକୁ ଉଦ୍ଧାର ପରେ ଚିକିତ୍ସା ଜାରୀ ରହିଛି ଏ ଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକର ବଡ଼ପାଣି ଗାଁରେ ସକାଳୁ ପୋଖରୀ ହୁଡ଼ାରେ ନବଜାତ କନ୍ୟାର କାନ୍ଦିବା ଶବ୍ଦ ଶୁଣି ସ୍ଥାନୀୟ ଲୋକେ ପ୍ରଥମେ ଚତୁରଞ୍ଜଳି ଗ୍ରାମ ପଞ୍ଚାୟତ ର ସରପଞ୍ଚ ଙ୍କୁ ଖବର ଦେଇଥିଲେ ଘଟଣା ସ୍ଥଳରେ ଚତୁରାଞ୍ଜଳି ସରପଞ୍ଚ ପହଞ୍ଚି ଗ୍ରାମବାସୀ ଙ୍କ ସହଯୋଗ ରେ ନବଜାତ ଶିଶୁ କନ୍ୟା କୁ ଉଦ୍ଧାର କରି ଶୁକୃଳି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ, ପରେ ନବଜାତ ଶିଶୁକୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର ପରେ ଚିକିତ୍ସା ଜାରୀ ରହିଛି ତେବେ କିଏ ଓ କାହିଁକି ଏହି ଶିଶୁ କନ୍ୟାକୁ ପୋଖରୀ ହୁଡ଼ାରେ ଶୁଆଇ ଦେଇ ଚାଲିଯାଇଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ ।