ଓଲିଉଡରେ ହୋ ଭାଷାର ସିନେମାର ଏହି ନାୟକ
ଏକ ନୂଆ ଓଡ଼ିଆ ସିନେମା ପରଦାକୁ ଆସୁଛି, ଯାହାର ଟାଇଟଲ୍ ହେଲା “ରାମ ନାମ୍ ସତ୍ୟ ହେ’ । ଏହି ଫିଲ୍ମର ନାୟକ ରାମ ଭୂମିକାରେ ଅଛନ୍ତି ଜଣେ ନବାଗତ । ସେ ହେଲେ ସାଜନ୍ । ପ୍ରକୃତ ନାମ ସାଜନ୍ ବିଶ୍ୱାଳ ।
ସାଜନ “ରାମ ନାମ୍ ସତ୍ୟ ହେ’ଜରିଆରେ ଦମ୍ଦାର୍ ଡେବ୍ୟୁ କରୁଛନ୍ତି । କିନ୍ତୁ ଏହା ଆଗରୁ ତାଙ୍କର ଏକ ହା ଭାଷାର ସିନେମା “ଆମଗେ ଜୁଲି’ ରିଲିଜ୍ ହୋଇସାରିଛି ।ଏଥିରେ ତାଙ୍କୁ ନାୟକ ଭୂମିକାରେ ଦେଖିବାକୁ ମିଳିଛି ।
“ରାମ ନାମ୍ ସତ୍ୟ ହେ’ରେ ସାଜନ୍ଙ୍କ ବିପକ୍ଷରେ ଏଥିରେ ନବାଗତା ନମିତା ଅଛନ୍ତି ଫିମେଲ୍ ଲିଡ଼୍ରେ ।ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବାବୁ ପ୍ରଧାନ,ବ୍ରଜ ସିଂହ,ସଂଗ୍ରାମ ବିଶ୍ୱାଳ,ସଲିଲ୍ ମିତ୍ର ,ବାପି ରାୟ ଏବଂ କାଳିଆ ପ୍ରମୁଖଙ୍କୁ ଦେଖିବାକୁ ମିଳିବ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ।ଏହାର ନିର୍ଦ୍ଦେଶକ ହେଲେ ଜିତୁ ରାଉତ ।
“ରାମ ନାମ୍ ସତ୍ୟ ହେ’ଫିଲ୍ମର କାହାଣୀ ଏମିତି -ନାୟକର ନାମ ରାମ । ସେ ଜଣେ ସାଧାରଣ ଯୁବକ ।କିନ୍ତୁ ସହରରେ ଚାଲେ ଜଣେ ଅଣ୍ଡର ୱାର୍ଲଡ ଡନର ରାଜ୍ । ସେହି ଡନକୁ ଟକ୍କର ଦେବା ଲାଗି ରାମ ଆଗେଇବା ଯାଏ । ତାକୁ ଭରସା ଦିଅନ୍ତି ଜଣେ ମନ୍ତ୍ରୀ ଓ ତାପରେ ସେ ସେହି ମାର୍ଗରେ ଅଗ୍ରସର ହୁଏ ।ହେଲେ କିଛି ଦିନ ଭିତରେ ସାଧାରଣ ଯୁବକ ରାମ ନିଜକୁ ସହରର ଡ଼ନ୍ ବାଲି ଘୋଷଣା କରେ ।ଏହାପରେ ପ୍ରକୃତ ଡ଼ନର ଅବସ୍ଥା କ’ଣ ହୁଏ? ରାମ ସାଧାରଣ ଯୁବକରୁ ଡ଼ନ୍ ବନିଯିବା ପରେ ତା’ର ଜୀବନର ଗତିପଥ କିପରି ବଦଳିଯାଏ, ତାହାକୁ ନେଇ ଏକ ନୂଆ ଓଡ଼ିଆ ସିନେମାର କାହାଣୀ ଗତିଶୀଳ ହାଇଛି? ତା’ ଭିତରେ ରାମ ଜଣେ ଯୁବତୀକୁ ଭଲ ପାଇ ବସିଛି । ଉଭୟଙ୍କର ରୋମାନ୍ସ ବି ରହିଛି ଏହି ଓଡ଼ିଆ ସିନେମାରେ ।


