ଓଲିଉଡ ଅଭିନେତ୍ରୀଙ୍କୁ ଅଶ୍ଳୀଳ ମେସେଜ, ଥାନାରେ ଏତଲା

ଭୁବନେଶ୍ୱର: ଓଲିଉଡ ଜଣାଶୁଣା ଅଭିନେତ୍ରୀ ପୁପୁଲ ଭୂୟାଁଙ୍କୁ ସୋସିଆଲ ମିଡିଆରେ ହଇରାଣ କରୁଛନ୍ତି ଜଣେ ଯୁବକ । ବିଭିନ୍ନ ପ୍ରକାର ଖରାପ ମେସେଜ ଦେବା ସହ ଅଭିନେତ୍ରୀଙ୍କ ମୋବାଇଲ ନମ୍ବରକୁ ପୋଷ୍ଟ କରି ଖରାପ କଥା ଲେଖୁଛନ୍ତି । ଏ ନେଇ ଅଭିନେତ୍ରୀ ପୁପୁଲ ମହିଳା ଥାନାରେ ଏତଲା ଦେଇଛନ୍ତି । ଏତଲା ପାଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ପୁଲିସ ଠାରୁ ମିଳିଥିବା ସୂଚନା ମୁତାବକ, ଗତ ସପ୍ତାହରେ କଟକର ସୁବ୍ରତ ମହନି ନାମକ ଜଣେ ଯୁବକ ଅଭିନେତ୍ରୀଙ୍କୁ ଫେସବୁକରେ ଯୋଗାଯୋଗ କରି ନିଜକୁ ଓଲିଉଡ ରିପୋର୍ଟ କରୁଥିବା ସାମ୍ବାଦିକ ବୋଲି ପରିଚୟ ଦେଇଥିଲେ । ତା ପରେ ଅଭିନେତ୍ରୀଙ୍କ ଫୋନ ନେମ୍ବର ମାଗି ନେଇଥିଲେ । ସାମ୍ବାଦିକ ଭାବେ ସେ ତାଙ୍କୁ ନମ୍ବର ଦେଇଥିଲେ । ତେବେ ନମ୍ବର ପାଇବା ପରେ ସୁବ୍ରତ ତାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ଅଭିନେତ୍ରୀ ଉତ୍ତର ଦେଇଥିଲେ । ୨ ଦିନ ପରେ ପୁଣି ସୁବ୍ରତ ଅଭିନେତ୍ରୀଙ୍କୁ ଖରାପ ପ୍ରଶ୍ନ ପଚାରିଥିଲେ । ସୁବ୍ରତ ତାଙ୍କୁ କହିଥିଲେ, ତୁମେ ଯଦି ମୋତେ ଟଙ୍କା ନ ଦେବ ତା ହେଲେ ମୁଁ ତୁମ ଫୋନ ନମ୍ବରକୁ ବିଭିନ୍ନ ଆଡେ଼ ବାଣ୍ଟି ଦେବି । ଏଭଳି ଧମକରେ ଡରିନ ଥିଲେ ପୁପୁଲ । ସୁବ୍ରତ ଫେସବୁକ ଓ ଇନଷ୍ଟାପେଜରେ ଅଭିନେତ୍ରୀଙ୍କ ମୋବାଇଲ ନମ୍ବର ଅପଲୋଡ କରି ବିଭିନ୍ନ ଖରାପ କଥା ଲେଖିଥିଲେ । ଏହା ପରେ ଅଭିନେତ୍ରୀଙ୍କୁ କିଛି ଅସାମାଜିକ ଯୁବକ ଫୋନ କରିବା ସହ ମେସେଜ କରିଥିଲେ । ବାଧ୍ୟ ହୋଥଇ ସେ ତାଙ୍କ ଫୋନ ବନ୍ଦ କରିଦେଇଥିଲେ । ଏହା ପରେ ସୁବ୍ରତ ଫେସବୁକରେ ଖରାପ ମେସେଜ କରିଥିଲେ । ତେଣୁ ବାଧ୍ୟ ହୋଇ ପୁପୁଲ ମହିଳା ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଛନ୍ତି । ମହିଳା ଥାନା ଆଇଆଇସି ବନିତା ମହାଣରା କହିଛନ୍ତି ଜଣେ ଅଭିନେତ୍ରୀ ଅଭିଯୋଗ କରିଛନ୍ତି । ଆମେ ଘଟଣାର ତଦନ୍ତ କରୁଛୁ । ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ