ଓଷକଣାରେ ମେଧାବୀ ସମ୍ମାନ କାର୍ଯ୍ୟ
ନାଉଗାଁ,(ଯୁଗାବ୍ଦ ନୁୁ୍ୟଜ) : ନାଉଗାଁ ବ୍ଳକ ଓଷକଣା ପଂଚାୟତରେ ମା କୁତାମ ଚଣ୍ଡୀ ଓ ରାଧାମୋହନ ଜୀଉ ପରିଚାଳନା ଟ୍ରଷ୍ଠ ଆନୁକୁଲ୍ୟରେ ଦୋଳ ପୂର୍ଣ୍ଣିମା ଅବସରରେ ଶହ ଶହ ବର୍ଷର ପାରମ୍ପରିକ ଦୋଳ ମଣ୍ଡପରେ ମେଧାବୀ ସମ୍ମାନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ଗାଁର ରହି ପାଠପଢି ଗତ ମାଟ୍ରିକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖି କୃତିତ୍ୱ ଲାଭ ରଖିଥିବା ତିନିଜଣ ଛାତ୍ରଙ୍କୁ ଆଶ୍ରୀବାଦ ପତ୍ର ପ୍ରଦାନ କରାଯାଇଥିଲା ।ଏଥିରେ ପ୍ରଥମ ସ୍ଥାନ ଲାଭ କରିଥିବା ଅଭିଜିତ ସେଠୀ, ଦ୍ୱିତୀୟ ସ୍ଥାନ ଶ୍ରୀଶକ୍ତିବିନୋଦନ ପାତ୍ର,ତୃତୀୟ ସ୍ଥାନ ତାରେଣୀକାନ୍ତ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ଅବସରପ୍ରାପ୍ତ ବିଡିଓ ବିରଂଚି ନାରାୟଣ ମହାନ୍ତି,ରାମଚନ୍ଦ୍ର ତ୍ରିପାଠୀ, ଅକ୍ଷୟ କୁମାର ସ୍ୱାଇଁ,ବିଭୁତି ଭୂଷଣ ତ୍ରିପାଠୀ,ପବୀର କୁମାର ସ୍ୱାଇଁ,ବାବଜୀ ସାହୁ,କୈଳାସ ଚନ୍ଦ୍ର ସ୍ୱାଇଁ,ମନୋଜ କୁମାର ସ୍ୱାଇଁ,ନିରଂଜନ ନାୟକ,ଉମେଶ ସ୍ୱାଇଁ,ନୃସିଂହ ଚରଣ ସେଠୀ ପ୍ରମୂଖ ଯୋଗ ଦେଇଥିଲେ ।


